Latest Odisha News

BREAKING NEWS

କିଟ୍‍ ଓ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର

ଭୁବନେଶ୍ୱର: ରଗବୀର ପ୍ରଚାର ଓ ପ୍ରସାର ନିମନ୍ତେ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗ୍‍ବୀ ସଂଘ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । କିଟ୍‍ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଯିଏ କି ରଗବୀ ଇଣ୍ଡିଆର ପ୍ରାୟୋଜକ ହୋଇ ପାରିଛି । ପୂର୍ବରୁ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଏବଂ ଭାରତୀୟ ରଗବୀ ସଂଘ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ପୁନର୍ବାର ଆଗାମୀ ୩ବର୍ଷ ପାଇଁ କିଟ୍‍ ଓ କିସ୍‍ ଭାରତୀୟ ରଗ୍‍ବୀର ପ୍ରାୟୋଜକ ହେବ ବୋଲି ଚୁକ୍ତି ସ୍ୱାକ୍ଷର ହୋଇଛି ।

BjdElectrycity

ରାଜ୍ୟ ସରକାର ଭାରତୀୟ ରଗବୀର ମୁଖ୍ୟ ପ୍ରାୟୋଜକ ରହିଥିବା ବେଳେ ଆସନ୍ତା ୩ବର୍ଷ ସକାଶେ କିଟ୍‍ ଓ କିସ୍‍ ସହ-ପ୍ରାୟୋଜକ ରହିବେ । ଏହି ବୁଝାମଣାପତ୍ରରେ କିଟ୍‍ ଓ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାକ୍ଷର କରିଥିବା ବେଳେ ଭାରତୀୟ ରଗବୀ ସଂଘ ପକ୍ଷରୁ ଏହାର ସଭାପତି ରାହୁଲ୍‍ ବୋଷ ସ୍ୱାକ୍ଷର କରିଥିଲେ । ଏହି ବୁଝାମଣା ଅନୁଯାୟୀ ଭାରତୀୟ ରଗ୍‍ବୀ ସଂଘ ପକ୍ଷରୁ ସମସ୍ତ ପ୍ରକାର ଜାତୀୟ ଓ ଅନ୍ତର୍ଜାତୀୟ ରଗ୍‍ବୀ ପ୍ରତିଯୋଗିତା, ତାଲିମ ଏବଂ ଚୟନ ଶିବିର ନିମନ୍ତେ କିଟ୍‍ ଓ କିସ୍‍ ତାର ସମସ୍ତ ଭିତ୍ତିଭୂମି ଯୋଗାଇଦେବ ।

ଏହା ଛଡ଼ା କିଟ୍‍ କ୍ୟାମ୍ପସରେ ଖେଳାଳି, କୋଚ୍‍ ଓ ଅଫିସିଆଲ୍‍ଙ୍କ ରହିବା, ଖାଇବା ବ୍ୟବସ୍ଥା ସହ ଲଜିଷ୍ଟିକ୍‍ ସହଯୋଗ ଯୋଗାଇ ଦିଆଯିବ । ୨୦୦୪ରୁ କିସ୍‍ ରଗ୍‍ବୀକୁ ପ୍ରୋତ୍ସାହିତ କରିଆସୁଛି । ଫଳରେ ଆଜି ରଗ୍‍ବୀ ସମଗ୍ର ଦେଶରେ ପରିଚିତି ଲାଭ କରିଛି । ସେଥିରେ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ବୁଝାମଣା ସ୍ୱାକ୍ଷର ସମୟରେ ଭାରତୀୟ ରଗ୍‍ବୀ ୧୫-ଏସ୍‍ ଦଳର କୋଚ ଓ ଚୟନକର୍ତ୍ତା ନାସ ବୋଥା, କିଆନୋ ଫୁରୀ ଓ ଆଣ୍ଡ୍ରେ ଭେଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.