Latest Odisha News

BREAKING NEWS

କରୋନାରେ ମୃତ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର: କରୋନାରେ ମୃତ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା ।  ପରିବାରର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‍ ଓ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ପାଇଁ ଶ୍ରୀ ସାମନ୍ତ ନିଯୁକ୍ତ ପତ୍ର ପ୍ରଦାନ କରାଯାଇଛି । ମହାମାରୀରେ ଲକ୍ଷାଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି ।  କିଟ୍‍ ଶିକ୍ଷାନୁଷ୍ଠାନର କିଛି କର୍ମଚାରୀ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନିଜ ଜୀବନ ହାରିଛନ୍ତି । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଟ୍‍ ପକ୍ଷରୁ ମୃତକ କର୍ମଚାରୀଙ୍କ ପରିବାର ପାଇଁ ଏକ ସ୍ୱତନ୍ତ୍ର ଘୋଷଣା କରାଯାଇଥିଲା।

କରୋନାରେ ମୃତକ କର୍ମଚାରୀଙ୍କର ଭବିଷ୍ୟତ ସୁରକ୍ଷା ପାଇଁ ନଗଦ ୫ ଲକ୍ଷ ଟଙ୍କା, ପରିବାରର ଜଣେ ସଦସ୍ୟଙ୍କୁ ନିଜ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କିଟ୍‍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ଏବଂ ସେମାନଙ୍କ ପିଲାଙ୍କୁ ଯୋଗ୍ୟତା ଅନୁସାରେ କିଟରେ ବିନାଦେୟରେ ଶିକ୍ଷାଦାନ ପାଇଁ ଗତ ବର୍ଷ ଶ୍ରୀ ସାମନ୍ତ ଘୋଷଣା କରିଥିଲେ ।

ଘୋଷଣା ମୁତାବକ ସୋମବାର କିଟ୍‍ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂପୃକ୍ତ ପରିବାରର ସଦସ୍ୟମାନଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‍  ନିଯୁକ୍ତ ପତ୍ର ପ୍ରଦାନ କରାଯାଇଥିଲା।

Comments are closed.