Latest Odisha News

BREAKING NEWS

ଆଗାମୀ ୨ ବର୍ଷ ନନଷ୍ଟପ କ୍ରିକେଟ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ପାଇଁ ବ୍ୟସ୍ତ ବହୂଳ କାର୍ଯ୍ୟସୂଚୀ ଅପେକ୍ଷା କରିଛି । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ନନଷ୍ଟପ କ୍ରିକେଟ ଖେଳିବେ । କୋଭିଡ-୧୯ଯୋଗୁ ଅନେକ ସିରିଜ ଏବଂ ବଡ ଟୁର୍ଣ୍ଣାମେଂଟ ସ୍ଥଗିତ ହୋଇଥିଲା । ଏବେ ସେଗୁଡିକ ମଧ୍ୟ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷିତ କରିଛି । ଏହା ମଧ୍ୟରେ ୩ଟି ବିଶ୍ୱକପ ଖେଳାଯିବ ।

ଖେଳ ସୂଚୀ
୨୦୨୧ ଏପ୍ରିଲ-ମେ: ଇଣ୍ଡିଆନ୍ ପ୍ରିମିୟର ଲିଗ୍
୨୦୨୧ ଜୁନ୍-ଜୁଲାଇ: ଯଦି ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରେ ତେବେ ଫାଇନାଲ ମୁକାବିଲା ଖେଳିବ । ତାପରେ ଭାରତ-ଶ୍ରୀଲଙ୍କା ସିରିଜ ଖେଳାଯିବ । ଭାରତ ଶ୍ରୀଲଙ୍କା ବିପକ୍ଷରେ ୩ ଟି ଦିନିକିଆ ଓ ୫ଟି ଟି-୨୦ ଖେଳିବ । ତାପରେ ଏସିଆ କପ୍ ଖେଳିବ ଭାରତୀୟ ଦଳ ।
୨୦୨୧ ଜୁଲାଇ : ଜିମ୍ବାଓ୍ବେ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ।
୨୦୨୧ ଜୁଲଇ-ସେପ୍ଟେମ୍ବର: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ।
୨୦୨୧ ଅକ୍ଟୋବର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି-୨୦ ଖେଳାଯିବ ।
୨୦୨୧ ଅକ୍ଟୋବର-ନଭେମ୍ବର: ଆଇସିସି ଟି୨୦ ବିଶ୍ୱକପ
୨୦୨୧ ନଭେମ୍ବର-ଡିସେମ୍ବର: ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଟେଷ୍ଟ ଓ ୩ଟି ଟି୨୦ ଖେଳିବ ଟିମ୍ ଇଣ୍ଡିଆ । ତାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ ।

୨୦୨୨ ଖେଳ ସୂଚୀ
୨୦୨୨ ଜାନୁଆରୀରୁ ମାର୍ଚ୍ଚ:ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି୨୦,ଶ୍ରୀଲଙ୍କା  ବିପକ୍ଷରେ  ୩ଟି ଟେଷ୍ଟ, ୩ଟି ଟି୨୦ ମ୍ୟାଚ୍ ଖେଳିବ ।
୨୦୨୨ ଏପ୍ରିଲରୁ ମେ’: ଇଣ୍ଡିଆନ୍ ପ୍ରିମିୟର ଲିଗ୍
୨୦୨୨ ଜୁଲାଇରୁ ଅଗଷ୍ଟ: ଭାରତ ବନାମ ଇଂଲଣ୍ଡ (୩ଟି ଦିନିକିଆ, ୩ଟି ଟି୨୦), ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ, ୩ଟି ଟି୨୦ ।
୨୦୨୨ ସେପ୍ଟମ୍ବର: ଏସିଆ କପ୍
୨୦୨୨ ଅକ୍ଟୋବର-ନଭେମ୍ବର: ଆଇସିସି ବିଶ୍ୱ ଟି୨୦ କପ୍ (ଅଷ୍ଟ୍ରେଲିଆ)
୨୦୨୨ ନଭେମ୍ବର-ଡିସେମ୍ବର: ଭାରତ ବନାମ ବାଲାଂଦେଶ (୨ଟି ଟେଷ୍ଟ, ୩ଟି-୨୦)
ଭାରତ ବନାମ ଶ୍ରୀଲଙ୍କା (୫ ଦିନିକିଆ)
୨୦୨୩ ଜାନୁଆରୀ: ଭାରତ ବନାମ ନ୍ୟୁଜିଲାଣ୍ଡ (୩ଟି ଦିନିକିଆ, ୩ଟି ଟି୨୦)
୨୦୨୩ ଫେବ୍ରୁଆରୀ-ମାର୍ଚ୍ଚ: ଭାରତ ବନାମ ଅଷ୍ଟ୍ରେଲିଆ (୪ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି୨୦)

Leave A Reply

Your email address will not be published.