Latest Odisha News

BREAKING NEWS

କିଟ୍‍ ଓ ସିଲନ୍‍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ କିଟ୍ ଓ ଶ୍ରୀଲଙ୍କାର ସିଲନ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି। କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ବେଳେ ସିଲନ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏହାର ଅଧ୍ୟକ୍ଷ ଏବଂ କେଲନିଆ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଜେନିଥା ଆବେଉଇକ୍ରେମା ଲିଆନାଗେ ଏଥିରେ ସ୍ୱାକ୍ଷର କରିଛନ୍ତି।

ସିଲନ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ହେଉଛି ଶ୍ରୀଲଙ୍କାର ରସାୟନ ବିଜ୍ଞାନୀମାନଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ପ୍ରତିଷ୍ଠିତ ବୃତ୍ତିଗତ ସଂସ୍ଥା। ଏହି ବୁଝାମଣା ଅନୁସାରେ ଉଭୟ ଅନୁଷ୍ଠାନ ଶୈକ୍ଷିକ ବିନିମୟ, ମିଳିତ ଗବେଷଣା ପାଇଁ ପଦକ୍ଷେପ ନେବା ସହ ରସାୟନ ବିଜ୍ଞାନ କ୍ଷେତ୍ରରେ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବେ।

ଏହି କାର୍ଯ୍ୟକ୍ରମରେ କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓପନ ୟୁନିଭରସିଟି ଅଫ୍‍ ଶ୍ରୀଲଙ୍କାର ରସାୟନ ବିଜ୍ଞାନ ବିଭାଗ ପ୍ରଫେସର ଡ ଥେଲମା ଆବେସିଂଘେ ଏବଂ କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସହଭାଗିତା କିଟ୍ ଏବଂ ସିଲନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମେଷ୍ଟ୍ରି ମଧ୍ୟରେ ଗବେଷଣା, ଅଧ୍ୟାପକ ଏବଂ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଏବଂ ଜ୍ଞାନର ଆଦାନପ୍ରଦାନ ପଦକ୍ଷେପକୁ ସହଜ କରିବ ବୋଲି ଆଶା କରାଯାଉଛି।

 

Comments are closed.