Latest Odisha News

BREAKING NEWS

ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଘଟଣା ସ୍ଥଳରେ ସୁବଳୟା ପୋଲିସ ର ତନାଘନା ଆରମ୍ଭ ।

ଅଭିଯୋଗ ଅନୁସାରେ ଗତକାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି କେଉଁକାମରେ ଯାଇଥିଲେ, ହେଲେ ଆଉ ଘରକୁ ଫେରି ନଥିଲେ । ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ଖବର ପାଇନଥିଲେ । ତେବେ ଆଜି ସକାଳୁ ସଲେଇପଦର୍ ଗାଁ ନିକଟ ରାସ୍ତା କଡ଼ରେ ତାଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖିଥିଲେ ।

ଏନେଇ ସୁବଳୟା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ମୃତ ଦେହ ନିକଟରେ ତାଙ୍କ ସ୍କୁଟି ପଡିଥିବା ବେଳେ ପାଖରେ ଗ୍ଲାସ, ମଦ ବୋତଲ, ପାଣି ବୋତଲ ଓ ଅଧା ପିଆ ମଦ ଗ୍ଲାସ୍ ପଡ଼ିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.