Latest Odisha News

BREAKING NEWS

ଶୋଏବଙ୍କ ତୃତୀୟ ବିବାହ ପରେ ଚର୍ଚ୍ଚାରେ ସାନିଆଙ୍କ ପୋଷ୍ଟ

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ନିକଟରେ ତୃତୀୟ ବିବାହ କରିଛନ୍ତି । ସାନିଆ ମିର୍ଜା ଏହା ପରେ କୌଣସି ପୋଷ୍ଟ କିମ୍ବା ବୟାନ ଦେଇ ନ ଥିଲେ । ସେ ଏବେ ଏକ ପୋଷ୍ଟ କରିଛନ୍ତି ଯେ, ଯେଉଁଥିରେ ଅବଶ୍ୟ ଶୋଏବଙ୍କ ସମ୍ପର୍କ ନେଇ କିଛି ଲେଖି ନାହାନ୍ତି । ସେ ଦର୍ପଣ ସମ୍ମୁଖରେ ଛିଡା ହୋଇଥିବା ଏକ ଫଟୋ ଶେୟାର କରି ଲେଖିଛନ୍ତ ରିଫ୍ଲେକ୍ଟ.. ।

ସୂଚନା ଯୋଗ୍ୟ, ସନା ଜାଭେଦଙ୍କ ସହ ଶୋଏବ ତୃତୀୟ ବିବାହ କରିବା ପରେ ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ତଳେ ସାନିଆଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ଯେ, ସେ ସର୍ବଦା ତାଙ୍କ ବ୍ୟକ୍ତିଗତ ଘଟଣା ଲୋକଙ୍କଠାରୁ ଦୂରେଇ ରଖିଥାନ୍ତି । ତେବେ ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ସେମାନଙ୍କ ଛାଡପତ୍ର ହୋଇ ସାରିଛି । ଆମେ ଶୋଏବଙ୍କ ନୂତନ ବିବାହ ନେଇ ଶୁଭେଚ୍ଛା ଜଣାଉଛୁ ।

୨୦୧୦ରେ ସାନିଆ ଓ ଶୋଏବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପୂର୍ବରୁ ଶୋଏବ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ଜଣେ ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କରିବା ନେଇ ଭାରତର ଟେନିସ ତାରକା ସାନିଆ ସର୍ବଦା ପ୍ରଶଂସକମାନଙ୍କଠାରୁ ସମାଲୋଚିତ ହୋଇ ଆସିଛନ୍ତି ।

Leave A Reply

Your email address will not be published.