ପାଣାଜୀ: ଭେଟେରାନ ଟେନିସ ଷ୍ଟାର ଲିଆଣ୍ଡର ପେସ ଏବଂ ବଲିଉଡ ଅଭିନେତ୍ରୀ କିମ ଶର୍ମାଙ୍କ ଅନ୍ତରଙ୍ଗ ମୂହର୍ତର ଫଟୋ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ଉଭୟ ଏବେ ଗୋଆରେ ଛୁଟି କାଟୁଛନ୍ତି । ୨୦୦୩ରେ କିମ୍ ଓ ଯୁବରାଜଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ରହିଥିଲା । ଏହା ପରେ ହର୍ଷବର୍ଦ୍ଧନ ରାଣେଙ୍କ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ । ବର୍ଷକ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।
ପେସ୍ ଏବଂ କିମଙ୍କ ସମ୍ପର୍କ ଅତୁଟ ରହେ ତାହାହେଲେ ହଟ ଯୋଡି ହେବେ ବୋଲି ସେ କହିଛନ୍ତି । ଅପରପକ୍ଷରେ ରିୟା ପିଲ୍ଲାଇଙ୍କ ସହ ବ୍ରେକଅପ ପରେ ପେସ୍ ଏହି ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ।
Comments are closed.