Latest Odisha News

BREAKING NEWS

କଣ ପାଇଁ ଚିନ୍ତାରେ ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ

ପ୍ୟୋଙ୍ଗୟଙ୍ଗ: ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ବଡ ଚିନ୍ତାରେ ପଡିଛନ୍ତି । ଏହାର କାରଣ ହେଲା ଦେଶରେ ଶିଶୁ ଜନ୍ମ ହାରରେ ଦ୍ରୁତ ଅବନ୍ନତି । ମାଆମାନେ ମଧ୍ୟ ଶିଶୁ ଜନ୍ମ କରିବା ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏଥିପାଇଁ କିମ ଦେଶର ସମସ୍ତ ମାଆମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଣ କଲେ ଅଧିକରୁ ଅଧିକ ଶିଶୁ ଜନ୍ମ ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ୨୦୨୩ ସର୍ଭେରେ ଜଣାପଡିଛି ଉତରକୋରିଆରେ ଜଣେ ମହିଳାଙ୍କ ନିକଟରୁ ଜନ୍ମ ଗ୍ରହଣ କରିଥିବା ଶିଶୁଙ୍କ ହାର ୧.୮ ରହିଛି । ଅବଶ୍ୟ ଏହି ପ୍ରଜନନ ହାର ଏହାର ଆଖପାଖ ଦେଶଠାରୁ ଅଧିକ ମାତ୍ର କିମ ଜୋଙ୍ଗ ଏଥିରେ ସନ୍ତୁଷ୍ଟ ନାହାନ୍ତି । ଚୀନ, ଜାପାନ ଓ ଦକ୍ଷିଣ କୋରିଆରେ ମଧ୍ୟ ପ୍ରଜନନ ହାର କମିବାରେ ଲାଗିଛି ।

ଦକ୍ଷିଣ କୋରିଆରେ ଏହା ୦.୭୮, ଜାପାନରେ ୧.୨୬ ଓ ଚୀନରେ ୧ ପାଖାପାଖି ରହିଛି । ୨୫ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉତରକୋରିଆ ଏବେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି । ଲୋକେ ଏଠାରେ ନିୟମିତ ଖାଦ୍ୟ ସଂଗ୍ରହ କରିବା ନେଇ ସଂଘର୍ଷ କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଓ ମଣିଷକୃତ ତ୍ରୁଟି ଏଥିପାଇଁ ଦାୟୀ । ଫସଲ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ପରିବର୍ତେ ଏକଚ୍ଛତ୍ରବାଦ ଶାସକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ରାଜସ୍ୱ ସାରିବାରେ ବ୍ୟସ୍ତ । ତଥାପି କିମ ଜୋଙ୍ଗ ପ୍ରଥମ ଥର ପାଇଁ ମାଆମାନଙ୍କ ଶରଣରେ ପଶଛନ୍ତି ।

Comments are closed.