Latest Odisha News

BREAKING NEWS

କିମ୍ ଜୋଙ୍ଗ ଉନ କୋମାରେ, ଭଉଣୀଙ୍କୁ ଦାୟିତ୍ୱ !

ସିଓଲ: ପୁନର୍ବାର ଉତରକୋରିଆର ଏକଚ୍ଛତ୍ରବାଦ ଶାସନ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଖବର ପ୍ରକାଶ ପାଇବାରେ ଲାଗିଛି । କିମ୍ ଜୋଙ୍ଗଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଏବଂ ସେ କୋମାରେ ଅଛନ୍ତି ବୋଲି ଦକ୍ଷିଣ କୋରିଆର ଡିପ୍ଲୋମାଟ ଚାଙ୍ଗ ସୋଙ୍ଗ ମିନ୍ କହିଛନ୍ତି । ଭଉଣୀ କିମ୍ ୟୋ ଜୋଙ୍ଗଙ୍କୁ ତାଙ୍କ ଉତରାଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଉ କେତେକ ରିପୋର୍ଟ ଅନୁସାରେ କିମ ଜୋଙ୍ଗଙ୍କ ମୃତ୍ୟୁ ଘଟିଛି ।

ତେବେ ଏହି ଖବର ନେଇ ଉତରକୋରିଆ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ପୂର୍ବରୁ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ବିଭିନ୍ନ ଖବର ପ୍ରକାଶ ପାଇଥିଲା, ଯାହା ପଛରେ ମିଥ୍ୟା ପ୍ରମାଣିତ ହୋଇଥିଲା । ଚାଙ୍ଗ ସୋଙ୍ଗ କହିଛନ୍ତି ନିକଟରେ ଉତରକୋରିଆ ଜାରି କରାଯାଉଥିବା କିମ ଜୋଙ୍ଗ ଫଟୋ ଗୁଡିକ ଫେକ୍ ଅଟେ । ଭଉଣୀଙ୍କୁ ଦାୟିତ୍ୱ ପ୍ରଦାନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇ ସାରିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.