Latest Odisha News

BREAKING NEWS

କରୋନା ସକ୍ରିୟ ମାମଲାରେ ଦେଶର ୭ ନମ୍ବରରେ ଓଡିଶା

ଭୁବନେଶ୍ୱର: କରୋନା ସକ୍ରିୟ ସଂକ୍ରମିତ ମାମଲାରେ ଦେଶର ୭ ନମ୍ବରରେ ପହଁଚିଯାଇଛି ଓଡିଶା । ଏପରିକି ବିହାର, ଆସାମ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଓଡିଶା ପଛରେ ପକାଇଦେଇଛି । ରାଜ୍ୟରେ ଏଯାଏ ୭୮ ହଜାର ୫୩୦ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୨୫ ହଜାର ୭୯୧ ଜଣ ସକ୍ରିୟ ରହିଛନ୍ତି । ରାଜ୍ୟରେ ଏଯାଏ ୫୨ ହଜାର ୨୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । କରୋନା ସକ୍ରିୟ ମାମଲା ଥିବା ରାଜ୍ୟ ମାନଙ୍କ ମଧ୍ୟରେ ପ୍ରଥମରେ ରହିଛି ମହାରାଷ୍ଟ୍ର । ଏଠାରେ ସର୍ବାଧିକ ୧ ଲକ୍ଷ ୬୯ହଜାର ୫୧୬ ଜଣ ସକ୍ରିୟ ରୋଗୀ ରହିଛନ୍ତି । ତାପଛକୁ ଆନ୍ଧ୍ରପ୍ରଦେଶରେ ୮୯ ହଜାର ୭୪୨, କର୍ଣ୍ଣାଟକରେ ୮୨ ହଜାର ୬୭୭, ତାମିଲନାଡୁରେ ୫୩ ହଜାର ୭୧୦, ଉତ୍ତର ପ୍ରଦେଶରେ ୪୯ ହଜାର ୨୪୨ ଏବଂ ପଶ୍ଚିମ ବଙ୍ଗରେ ୨୭ ହଜାର ୯୦୦ ଜଣ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.