Latest Odisha News

ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗଙ୍କ ଆଉ ଏକ ପାଗଳାମୀ: ହାଡଭଙ୍ଗା ଶୀତରେ ଲୋକଙ୍କୁ ଛିଡା କରାଇଲେ

ସିଓଲ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ଆଉ ଏକ ନିଷ୍ଠୁରତା ଦେଖିବାକୁ ମିଳିଛି । ବାପାଙ୍କ ୮୦ତମ ଜୟନ୍ତୀ ଅବସରରେ ସେ ହାଡଭଙ୍ଗା ଶୀତରେ ଲୋକଙ୍କୁ ଛିଡା କରାଇଥିଲେ । ସେମାନେ ବିନା ହାତ ଗ୍ଲୋଭସ ଓ ଟୋପିରେ ଜୋଙ୍ଗ ପରିବାରର ଆତ୍ମ ପ୍ରଶଂସା ଶୁଣିଥିଲେ । ପାଣି ଭିତରେ ମହିଳା କଳାକାରମାନେ ପ୍ରଦର୍ଶନ କରିଥିଲେ ।

ଏହି ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଉଛି । ସବୁଠାରୁ ବଡ କଥା କିମ ଜୋଙ୍ଗ ଯେଉଁଠାରେ ବସିଥିଲେ ସେଠାରେ ଥଣ୍ଡାରୁ ବଂଚିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ପ୍ରବଳ ଥଣ୍ଡା ଯୋଗୁ ଫୁଲଠିକ ଭାବେ ଫୁଟି ନ ଥିବାରୁ ମାଳୀମାନଙ୍କୁ ଦଣ୍ଡିତ କରାଯାଇଥିଲା ।

Comments are closed.