Latest Odisha News

ପ୍ରଭୁ ରାଣ ଭୋଟ୍ ଦେବ: ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଇଶ୍ୱରଙ୍କ ନାଁରେ ଶପଥ!

ମାଲକାନଗିରି: ନିର୍ବାଚନୀ ମଇଦାନରେ ଚାଲିଛି ରାଜନୀତି। ପ୍ରାର୍ଥୀ ଭୋଟ୍ ପାଇଁ ବିଭିନ୍ନ ପଂଥା ଆପଣାଉଥିବା ବେଳେ କିଛି ପ୍ରାର୍ଥୀ ଅଜବ ତରିକାରେ କରୁଛନ୍ତି ରାଜନୀତି। ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ବାକା ପରିବାର । ଚିତ୍ରକୋଣ୍ଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ବାକାଙ୍କ ପୁଅ ମହେଶ ବାକା ଓ ତାଙ୍କ କର୍ମୀମାନେ ବଡଡୁରାଲ ସରପଂଚଙ୍କୁ ଭୋଟ ଦେବା ଲାଗି ଇଶ୍ୱର ନାଁରେ ଶପଥ ପାଠ କରାଇ ଥିବାର ଏକ ଭିଡିଓ ଏବେ ଭାଇରାଲ ହବାରେ ଲାଗିଛି ।

ସରପଂଚ ପ୍ରାର୍ଥୀ ଭିକାରୀ କର୍ସାନୀ ଓ ସମିତି ସଭ୍ୟ ପ୍ରାର୍ଥୀ ଚୈତନ୍ କିର୍ସାନୀଙ୍କୁ ସାଙ୍ଗରେ ରହିବା ସହ ତାଙ୍କୁ ଜିତାଇବା ଯାଏଁ ସାଥିରେ ରହିବେ । ନହେଲେ ଇଶ୍ୱରଙ୍କ ଦ୍ୱାରା ଦଣ୍ଡିତ ହେବେ, ଏପରି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିଧାୟକଙ୍କ ପୁଅ ଓ ପୁତୁରା ସମିତି ସଭ୍ୟ ପଦ ଲାଗି ପରସ୍ପର ସହ ଲଢେଇ କରୁଥିବା ସହ ଜିଲ୍ଲା ପରିଷଦ ସଭ୍ୟ ଲାଗି ମୈଦାନାରେ ଝିଆରି ଥିବାରୁ ପୂର୍ବରୁ ଚର୍ଚ୍ଚାରେ ରହି ଆସିଛି  ପରିବାର ।

Comments are closed, but trackbacks and pingbacks are open.