Latest Odisha News

BREAKING NEWS

ଦକ୍ଷିଣ କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଫଟୋ ଉଠାଇ ହରଡଘଣାରେ ପଡିଲେ ଉତର କୋରିଆର ଟିଟି ଖେଳାଳି

ପ୍ୟାରିସ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜଙ୍ଗ ଉନଙ୍କ ବର୍ବରତା ବିଷୟରେ କିଏ ବା ନ ଜାଣେ । ନିକଟରେ ସମ୍ପନ୍ନ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଉତର କୋରିଆର କିମ କୁମ ୟୋଙ୍ଗ ଓ ଜୋଙ୍ଗ ସିକ ପେରିସ ପଦକ ଜିତିବା ପରେ ଔପଚାରିକ ଦୃଷ୍ଟି କୋଣରୁ ପୋଡିୟମରେ ଥିବା ଚୀନ ଓ ଦକ୍ଷିଣ କୋରିଆର ପ୍ରତିଯୋଗୀଙ୍କ ସହ ଫଟୋ ଉଠାଇଥିଲେ । ଦକ୍ଷିଣ କୋରିଆ ପ୍ରତିଯୋଗୀଙ୍କ ସହ ଫଟୋ ଉଠାଇବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଟେବୁଲ ଟେନିସ ମହିଳା ଡବଲ୍ସରେ ଚୀନ ସ୍ୱର୍ଣ୍ଣ, ଉତର କୋରିଆ ରୌପ୍ୟ ଓ ଦକ୍ଷିଣ କୋରିଆ ବ୍ରୋଞ୍ଜ ପଦକ ଜିିତିଥିଲେ । ରିପୋର୍ଟ ଅନୁସାରେ ବର୍ତମାନେ ସେମାନଙ୍କ ବିରୋଧରେ ତଦନ୍ତ ଆଦେଶ ଦିଆଯାଇଛି ।

ଦୁଇ ବିରୋଧୀ ଦେଶ ଏକତ୍ର ଫଟୋ ଉଠାଇବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକି ଏକଚ୍ଛତ୍ରବାଦ ଶାସକଙ୍କୁ ପସନ୍ଦ ଆସି ନ ଥିଲା । ପୂର୍ବରୁ ବିଦେଶୀ ଖେଳାଳିଙ୍କ ସହିତ ନ ମିଶିବା ପାଇଁ ଉତର କୋରିଆ କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଏହାକୁ ଉଲ୍ଲଘଂନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ କେଉଁ ଧରଣର ଦଣ୍ଡବିଧାନ କରାଯିବ ତାହା ସ୍ପଷ୍ଟ କରାଯାଇ ନାହିଁ । ୨୦୧୦ ବିଶ୍ୱକପରେ ଉତର କୋରିଆ ଟିମ ଖରାପ ପ୍ରଦର୍ଶନ କରିଥିଲା । ଏ ନେଇ ବିସ୍ତୃତ ଭାବେ ଆଲୋଚନା ହେବା ପରେ କୋଚଙ୍କୁ ଶ୍ରମିକ ହେବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା ।

Comments are closed.