Latest Odisha News

BREAKING NEWS

ଉତ୍ତରକୋରିଆ ପ୍ରଦର୍ଶିତ କଲା ସବୁଠାରୁ ବଡ କ୍ଷେପଣାସ୍ତ୍ର

ପ୍ୟୋଙ୍ଗୟାଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ବିଶ୍ୱରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି । ଶାସକ ଦଳ କୋରିଆ ୱାର୍କର୍ସ ପାର୍ଟି ପକ୍ଷରୁ ୭୫ ବର୍ଷ ସ୍ଥାପନା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ କରାଯାଇଥିଲା । ଦୃଷ୍ଟି ଆକର୍ଷଣ କରିଥିଲା ଶକ୍ତିଶାଳୀ କ୍ଷେପଣାସ୍ତ୍ର ହାୱସାଙ୍ଗ-୧୫ । ପୃଥିବୀର ସବୁଠାରୁ ବଡ କ୍ଷେପଣାସ୍ତ୍ର ବୋଲି ଉତରକୋରିଆ ପକ୍ଷରୁ ଦାବୀ କରାଯାଉଛି । ଏହାକୁ ଏକ ୨୨ ଚକ ବିଶିଷ୍ଟ ଟ୍ରକରେ ଅଣା ଯାଇଥିଲା ।

ଏହା ବ୍ୟତୀତ ରୁଷର ଅରମାଟା ଟ୍ୟାଙ୍କ ସଦୃଶ ବୃହତ ଟ୍ୟାଙ୍କ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଉତ୍ସବକୁ ରାତିରେ ଆୟୋଜନ କରାଯାଉଥିଲା । ଆମେରିକାକୁ ଶକ୍ତି ଦେଖାଇବା ପାଇଁ ଉତରକୋରିଆ ପ୍ରଥମ ଥର ପାଇଁ ତାହାର ସିକେଟ ୱିପେନ ବାହାରେ ପ୍ରଦର୍ଶିତ କରିଛି ।

Leave A Reply

Your email address will not be published.