Latest Odisha News

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚିହ୍ନଟ କରିବ ଫୁସଫୁସ୍ ରୋଗ: କିମ୍ସ ଡାକ୍ତରଙ୍କ ଗବେଷଣା

ଭୁବନେଶ୍ୱର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଚିହ୍ନଟ କରିବ ଫୁସଫୁସ୍ ସମ୍ବନ୍ଧୀୟ ବିଭିନ୍ନ ରୋଗ । ନିକଟରେ କିମ୍ସ ଭୁବନେଶ୍ୱରର ଶିଶୁରୋଗ ବିଶେଷଜ୍ଞ ଡା. ନିର୍ମଳ କୁମାର ମହାକୁଡ଼ ଓ ଦେଶର ଅନ୍ୟ ପ୍ରମୁଖ ଅନୁଷ୍ଠାନମାର ବିଶେଷଜ୍ଞଙ୍କ ଦ୍ୱାରା ମିଳିତ ଗବେଷଣାରେ ଏହି ଦାବି କରାଯାଇଛି ।

ଏହି ଗବେଷଣାରେ ବାୟୋସାଇନ୍ସ ଓ ବାୟୋମେଡିକାଲ ଇଞ୍ଜିନିୟରିଂ ଆସୋସିଏଟ୍ ପ୍ରଫେସର ହେମଚନ୍ଦ୍ର ଝା, ଆଇଆଇଟି ଇନ୍ଦୋର ଗଣିତ ବିଭାଗ ଆସୋସିଏଟ୍ ପ୍ରଫେସର ଏମ୍ ତନବିର ଓ କୋଇଥ୍ରାମ୍ ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଡା. ସୁଚିତ୍ରା ପ୍ରମୁଖ ସାମିଲ୍ ଅଛନ୍ତି ।

ନିକଟରେ ଏ ସମ୍ପର୍କରେ ଏକ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଖବର ଅନୁସାରେ, ଏଆଇ ଦ୍ୱାରା ଫୁସଫୁସର ସିଟି-ସ୍କାନ ରିପୋର୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବାୟୋକେମିକାଲ୍ ପାରାମିଟର ଗୁଡ଼ିକୁ ଭଲ ଭାବେ ବିଶ୍ଲେଷଣ କରି ହେବ ବୋଲି ଦର୍ଶାଯାଇଛି । ଫଳରେ ଭବିଷ୍ୟତରେ ଫୁସଫୁସର ଅଂଶ ଉପରେ ଅଧିକ ଅଧ୍ୟୟନ କରାଯାଇ ପାରିବ ।

୨୦୨୦ରୁ କିମ୍ସ କୋଭିଡ୍ ହସ୍ପିଟାଲକୁ ଆସିଥିବା କୋଭିଡ୍ ରୋଗୀଙ୍କ ସିଟି-ସ୍କାନ୍ ରିପୋର୍ଟ ଅନୁଧ୍ୟାନ କରାଯାଇ ସେଥିରେ ଅଧିକାଂଶ ରୋଗୀଙ୍କ ଫୁସଫୁସ୍ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଣା ପଡ଼ିଥିଲା । ତେବେ ଏଆଇର କାର୍ଯ୍ୟକାରିତା ଉପରେ ଅଧିକ ଗବେଷଣା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ଇନ୍ଦୋର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିବା ସୂଚନା ଦେଇଛନ୍ତି ଡା. ମହାକୁଡ଼ ।

Leave A Reply

Your email address will not be published.