Latest Odisha News

BREAKING NEWS

‘ଏଫଆଇଆର’ ରୁଜୁ ହୋଇସାରିଛି, କୁସ୍ତିଯୋଦ୍ଧାଙ୍କ ଆବେଦନର ଶୁଣାଣି କରିବେ ନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡ଼ନ ମାମଲା ସୁପ୍ରିମକୋର୍ଟ ଆଉ ଶୁଣାଣି କରିବେ ନାହିଁ। ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଶୁଣାଣି ବନ୍ଦ କରିବାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇସାରିଛି। ସୁପ୍ରିମକୋର୍ଟର ଶୁଣାଣିର ଉଦ୍ଦେଶ୍ୟ ଥିଲା ଏଫ୍ଆଇଆର। ଯାହା ରୁଜୁ ହୋଇସାରିଛି। ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି କୁସ୍ତିଯୋଦ୍ଧାଙ୍କୁ ନିରାଶ କରିଛି।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଡି.ଓ୍ୱାଇ ଚୁନ୍ଦ୍ରଚୁଡ, ଜଷ୍ଟିସ ପି.ଏସ ନରସିଂହ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କ ଏକ ବେଞ୍ଚ କହିଛନ୍ତି ଯେ ଦୁଇଟି ପର୍ଯ୍ୟାୟରେ ମହିଳା ପୋଲିସଙ୍କ ଉପସ୍ଥିତିରେ ପୀଡିତାଙ୍କ ବିବୃତ୍ତି ପୋଲିସ ରେକର୍ଡ କରିଛି।

ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସର ବିବୃତ୍ତିକୁ ଗ୍ରହଣ କରିଛନ୍ତି। ଖୁବ ଶୀଘ୍ର ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ବିବୃତ୍ତି ଦିଆଯିବ। ଏଥିସହିତ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି ଯେ ଜନ୍ତରମନ୍ତରରେ ବିରୋଧ କରୁଥିବା ମହିଳା ରେସଲରଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

ଜନ୍ତରମନ୍ତରରେ ଦେଖାଦେଇଥିବା ସ୍ଥିତିରେ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏକ ରାଜନୈତିକ ଦଳର ଦୁଇଜଣ ନେତା ରାତିରେ ବେଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଆସିଥିଲେ। ଏବଂ ସେମାନଙ୍କୁ ରୋକିବା ପାଇଁ ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ କର୍ମଚାରୀ ମଦ୍ୟପାନ କରିନଥିଲେ।

ଏଥିସହିତ କୁସ୍ତିଯୋଦ୍ଧା ଆବେଦନ କରି କହିଥିଲେ ଯେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ଘଟଣା ଉପରେ ନଜର ରଖାଯାଉ। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଯଦି କୌଣସି ଅଭିଯୋଗ ଥାଏ ତେବେ ଆପଣ ତଳ କୋର୍ଟକୁ ଯାଇପାରିବେ। ଏମିତିକି ହାଇକୋର୍ଟ ମଧ୍ଯ ଯାଇପାରିବେ।

କୁସ୍ତିଯୋଦ୍ଧାମାନେ ଭାରତୀୟ ରେସଲିଂ ଫେଡେରେଶନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ବିରୋଧ କରୁଛନ୍ତି। ଦିଲ୍ଲୀ ପୋଲିସ ଏତଲା ରୁଜୁ ନକରିବାରୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କୁସ୍ତିଯୋଦ୍ଧା।

Leave A Reply

Your email address will not be published.