Latest Odisha News

ଆଇଓଏର ଅସ୍ଥାୟୀ କମିଟିକୁ ଅନୁମତି ପ୍ରଦାନ କଲା ୟୁନାଇଟେଡ ୱାର୍ଲ୍ଡ ରେସଲିଂ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘର ଅସ୍ଥାୟୀ କମିଟିକୁ ଦେଶରେ କୁସ୍ତି ପରିଚାଳନା ପାଇଁ ରାସ୍ତା ସଫା ହୋଇଛି । ଗୁରବାର ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଏଥିନେଇ ଆଇଓଏକୁ ଅନୁମତି ପ୍ରଦାନ କରିଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ କୁସ୍ତି ସଂଘର ନିର୍ବାଚନକୁ ରଦ୍ଦ କରାଯାଇଥିଲା । କୁସ୍ତି ସଂଘ ସରକାରଙ୍କ ହସ୍ତକ୍ଷେପ ନେଇ ଆନ୍ତର୍ଜାତୀୟ ସଂସ୍ଥା ନିକଟରେ ଅଭିଯୋଗ କରିଥିଲା । ଏହା ପରେ ଆଇଓଏ ଓ ଆଇଓସିକୁ ଆନ୍ତର୍ଜାତୀୟ କୁସ୍ତି ସଂଘ ଭାରତରରେ କିଏ ଏହାକୁ ପରିଚାଳନା କରୁଛି ବୋଲି ପ୍ରଶ୍ନ କରିଥିଲା । ଆଇଓଏ ବିଶ୍ୱ କୁସ୍ତି ନିକଟରେ ସମସ୍ତ ତଥ୍ୟ ଶେୟାର କରିଥିଲା । ଏବେ କୁସ୍ତିକୁ ପରିଚାଳନା କରିବା ପାଇଁ ଏକ ୩ ସଦସ୍ୟ ବିଶିଷ୍ଟ ଅସ୍ଥାୟୀ କମିଟି ଗଠନ କରାଯାଇଛି ।

ଏହି କମିଟି ୪୫ ଦିନ ମଧ୍ୟରେ କୁସ୍ତି ସଂଘର ନୂତନ ନିର୍ବାଚନ କରାଇବ । ତେବେ ସେତିକି ଦିନ ପର୍ଯ୍ୟନ୍ତି ଏହି କମିଟିକୁ ପରିଚାଳନା କ୍ଷମତା ପ୍ରଦାନ କରିବା ପାଇଁ ଅନୁମତି ମଗା ଯାଇଥିଲା । ଯାହାକୁ ଆନ୍ତର୍ଜାତୀୟ କମିଟି ପ୍ରଦାନ କରିଛି । ଏବେ ରେସଲରଙ୍କ ଧାରଣା ନେଇ ମଧ୍ୟ ୟୁନାଇଟେଡ ୱାର୍ଲ୍ଡ ରେସଲିଂ ଚିନ୍ତା ବ୍ୟକ୍ତ କରିବା ସହ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ଉଚିତ ବୋଲି କହିଛି । ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କେତେକ ମହିଳା ରେସଲର ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.