Latest Odisha News

BREAKING NEWS

କିମ୍‍ସରେ ବିରଳ ଅସ୍ତ୍ରୋପଚାର; ଫୁସ୍‍ଫୁସ୍‍ରୁ ବାହାରିଲା ଟୁମର୍‍

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିମ୍‌ସର ଡାକ୍ତରମାନେ ଏକ ଅଭିନବ ପ୍ରଣାଳୀରେ ଜଣେ ରୋଗୀଙ୍କ ଫୁସ୍‌ଫୁସ୍‌ରୁ ଏକ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି।

ଜଣେ ୪୦ ବର୍ଷୀୟ ମହିଳାଙ୍କଠାରେ କାର୍ସିନଏଡ୍ ଟ୍ୟୁମର ଭଳି ଏକ ବିରଳ ପ୍ରକାରର ଫୁସଫୁସ ଟ୍ୟୁମର ଚିହ୍ନଟ ହେବା ପରେ ରୋଗୀ ଜଣକ ୨୦୨୩ ମସିହାରେ ରେଡିଏସନ୍ ଥେରାପି ନେଇଥିଲେ। ରୋଗୀ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ତାଙ୍କୁ ନିରନ୍ତର କାଶ ହେଉଥିଲା। ତେବେ ମହିଳାଙ୍କ ଶ୍ୱାସନଳୀର ଅଧାରୁ ଅଧିକ ଅଂଶ ଏକ ମାଂସ ପିଣ୍ଡ ଭଳି କିଛି ଅବରୋଧ କରୁଥିବା ଜୁନ୍ ୨୦୨୫ ରେ ତାଙ୍କଠାରେ ପୁନର୍ବାର କରାଯାଇଥିବା ସ୍କାନରୁ ଜଣାପଡ଼ିଥିଲା।

କିମ୍‌ସର ଇଣ୍ଟରଭେନସନାଲ ପଲମୋନୋଲୋଜି ବିଶେଷଜ୍ଞ ଦଳ ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ। କାର୍ଡିଓଥୋରାସିକ୍ ଅପରେଟିଂ ଥିଏଟରରେ ସାଧାରଣ ଆନାସ୍ଥେସିଆ ଦେଇ ସେମାନେ ରୋଗୀଙ୍କଠାରେ ଏକ ନମନୀୟ ବ୍ରୋଙ୍କୋସ୍କୋପ୍ ପ୍ରବେଶ କରାଇଥିଲେ। ପରେ ହିଟ୍ ଆଣ୍ଡ କୋଲ୍‌ଡ ପଦ୍ଧତି ଜରିଆରେ ଉତ୍ତାପ ନିୟନ୍ତ୍ରଣ ପ୍ରକ୍ରିୟା ବ୍ୟବହାର କରି ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଥିଲା।

କିମ୍‌ସ ଇଣ୍ଟରଭେନସନାଲ ପଲମୋନୋଲୋଜି ବିଭାଗର ଡା ଦେବାଶିଷ ବେହେରା, ଡା ସ୍ୱଦୀପ ମିଶ୍ର ଏବଂ ଡା ସୁଶାନ୍ତ ମିଶ୍ର ଏହି ଜଟିଳ ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ। ଡା ଅଶୋକ କୁମାର ବଡ଼ମାଳି, ଡା ଜ୍ଞାନ ରଞ୍ଜନ ମିଶ୍ରଙ୍କ କାର୍ଡିଆକ୍ ଆନାସ୍ଥେସିଆ ଦଳ ଏଥିରେ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଏହା ବ୍ୟତୀତ ପଲମୋନୋଲୋଜିର ରେସିଡେଣ୍ଟ ଡା ଅଭିଷେକ ଦାସ, ଡା ନିଖିଲ କୃଷ୍ଣ ଏବଂ ଡା ଦେବ ଗର୍ଗ ମଧ୍ୟ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଏଭଳି ବିରଳ ଅସ୍ତ୍ରୋପଚାର ପାଇଁ କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଥିରେ ସାମିଲ୍ ହୋଇଥିବା ଡାକ୍ତରୀ ଦଳ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

Comments are closed.