Latest Odisha News

BREAKING NEWS

ଜାତିସଂଘରେ ଭାରତର କଡା ବୟାନ: କଣ କରିବୁ ନ କରିବୁ ଆମକୁ କୁହନି

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତ ପକ୍ଷରୁ ଆଜି ନେଦରଲାଣ୍ଡ ରାଷ୍ଟ୍ରଦୂତଙ୍କ ଏକ ବୟାନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତି ସ୍ପଷ୍ଟ ଭାବେ କହିଛନ୍ତି ଆପଣ ଭାରତକୁ ଶିଖାନ୍ତୁ ନାହିଁ କଣ କରାଯିବା ଉଚିତ ଓ କଣ ନୁହେଁ । ଆମକୁ କାହାର ପରାମର୍ଶର ଆବଶ୍ୟକତା ନାହିଁ । ଘଟଣାଟି ଏହିପରି ତିରୁମୂର୍ତି ବୈଠକ ପୂର୍ବରୁ ଭାରତ ପକ୍ଷରୁ ଟୁଇଟ କରିଥିଲେ ଯେ, ଭାରତ ଆରମ୍ଭରୁ ଏହି ସଂଘର୍ଷ ସମାପ୍ତ କରିବା ପାଇଁ ଉଦ୍ୟମ ଜାରୀ ରଖିଛି । ଯୁଦ୍ଧରେ କାହାର ବିଜୟ ହୋଇ ନାହିଁ ।

ଜାତିସଂଘ ମାରିୟୁପୁଲରୁ ନିରୀହ ଲୋକଙ୍କୁ ମୁକୁଳାଇବା ପାଇଁ ଯେଉଁ ଉଦ୍ୟମ ଗ୍ରହଣ କରିଥିଲା ତାହାକୁ ଆମେ ପ୍ରଶଂସା କରିଛୁ । ଅନ୍ୟ ଅଂଚଳରେ ବି ୟୁଏନ ଏହି ପଦକ୍ଷେପ ଗ୍ରହଣ କରୁ । ଭାରତର ଟୁଇଟର ଜବାବରେ ନେଦରଲାଣ୍ଡ ପକ୍ଷରୁ କେରଲ ୱନ ଆଷ୍ଟୋରମ ଭାରତ ପଦକ୍ଷେପ ନେଇ ପ୍ରଶ୍ନ ଉଠାଇଥିଲେ । ଭାରତ ଜେନରାଲ ଆସେମ୍ବ୍ଲି ବୈଠକ ବର୍ଜନ କରିବା ପରିବର୍ତେ ନିଜ ପକ୍ଷ ସ୍ପଷ୍ଟ କରୁ । ଏହାର ଜବାବରେ ଭାରତ ପକ୍ଷରୁ ତିରୁମୂର୍ତି ଉପରୋକ୍ତ ବୟାନ ଦେଇଥିଲେ । ଏ ପର୍ଯ୍ୟନ୍ତ ରୁଷ ବିପକ୍ଷ ବୈଠକକୁ ଭାରତ ବୟକଟ କରି ଆସୁଛି ।

Leave A Reply

Your email address will not be published.