Latest Odisha News

BREAKING NEWS

ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା , ହିଜବୁଲ କମାଣ୍ଡର ସହ ୩ ଆତଙ୍କବାଦୀ ମୃତ

ଜମ୍ମୁ: ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା  । ଭାରତୀୟ ସେନାର ଏନକାଉଣ୍ଟରରେ ହିଜବୁଲ ଆତଙ୍କବାଦୀ ସଂଗଠନର କମାଣ୍ଡର ଅସରଫ ମୌଲବୀର ମୃତ୍ୟୁ ହୋଇଛି । ଏହି ଆତଙ୍କବାଦୀର ମୃତ୍ୟୁ ଫଳରେ ଘାଟିରେ ଆତଙ୍କୀ ବିରୋଧୀ ଅଭିଯାନକୁ ବଡ ସଫଳତା ମିଳିଛି । ଏହା ସହ ଅନନ୍ତନାଗ ଜିଲ୍ଲା ପହଲଗାମ ନିକଟ ଜଙ୍ଗଲରେ ପୋଲିସ ସହ ଗୁଳି ବିନିମୟ ବେଳେ ଅନ୍ୟ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି ।

ଏନେଇ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ବିଜୟ କୁମାର କହିଛନ୍ତି , ପହଲଗାମ ଠାରେ ଅଶରଫ ସମେତ ମୋଟ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଅଶରଫ ହିଜବୁଲ ଆତଙ୍କବାଦୀ ସଂଗଠନ କାଶ୍ମୀର ଶାଖାର କମାଣ୍ଡର ଥିଲା । ଏହା ପୂର୍ବରୁ ୨୦୨୦ ମଇ ୬ ତାରିଖରେ ଆତଙ୍କୀ ରିୟାଜ ନାଇକୁର ମୃତ୍ୟୁ ପରେ ଅଶରଫକୁ କମାଣ୍ଡର ଭାବେ ନିଯୁକ୍ତି ମିଳିଥିଲା ।

Leave A Reply

Your email address will not be published.