Latest Odisha News

BREAKING NEWS

କିଙ୍ଗ୍ କୋବ୍ରା ଲୁଣକୁ ଭୟ କରନ୍ତି, ଏହାକୁ ସ୍ପଷ୍ଟ କରି ଦେଖାଇଲେ ଯୁବକ

କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିଷାକ୍ତ ସାପ ଭାବରେ ପରିଗଣିତ ହୁଏ । ଲୋକମାନେ ଏହାର ନାଁ ଶୁଣିଲେ ହିଁ ଡ଼ରନ୍ତି । ଯଦି ଏହା କୌଣସି ସ୍ଥାନରେ ଦେଖାଯାଏ, ତେବେ ଅବସ୍ଥା ବିଗିଡିଯାଏ । ଭାରତର ଅଧିକାଂଶ ଅଞ୍ଚଳରେ ପ୍ରାୟତଃ ଏହି ସାପ ନଜରକୁ ଆସିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଙ୍ଗଲ ଓ ଏହାର ଆଖପାଖରେ ରହୁଥିବା ଲୋକମାନେ ନିଜ ଘର ବାହାରେ ଲୁଣ ପକାଇଥାନ୍ତି । କାରଣ ଲୋକଙ୍କ ଧାରଣା ଲୁଣ ରଖିଲେ କିଙ୍ଗ୍ କୋବ୍ରା ଘରେ ପ୍ରବେଶ କରିବେ ନାହିଁ । ପ୍ରକୃତରେ ଏପରି କଲେ ସାପ ଘରକୁ ଆସନ୍ତ ି ନାହିିଁ? ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଆପଣ ବିଶ୍ୱାସ କରିବେ ନାହିଁ ଯେ ଏହା ଏମିତି ହୋଇପାରେ ।

ଲୋକଙ୍କ ଧାରଣା ଯେ, ଲୁଣ ସାପର ଚର୍ମକୁ ନଷ୍ଟ କରିଦିଏ, ତେଣୁ ସାପମାନେ ଲୁଣ ପାଖକୁ ଆସନ୍ତି ନାହିଁ । ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି, ଅମିତ ଶର୍ମା ନାମକ ଜଣେ ୟୁଟ୍ୟୁବର୍ ଏହି ପରୀକ୍ଷଣ ଦେଖାଉଛନ୍ତି । କିଙ୍ଗ୍ କୋବ୍ରା ଦୁନିଆର ସବୁଠାରୁ ବିପଜ୍ଜନକ ଶିକାରୀ ଭାବରେ ପରିଗଣିତ ହୁଏ । ଏହା ଏତେ ଭୟଙ୍କର ଯେ କାମୁଡ଼ିବା ପରେ ମଧ୍ୟ ନିଜ ଶିକାରକୁ ଗିଳିଥାଏ । ପ୍ରକୃତରେ ଲୁଣକୁ କିଙ୍ଗ୍ କୋବ୍ରା ଭୟ କରିଥାଏ କି ନାହିଁ ଅମିତ୍ ଏହାର ସତ୍ୟତା ପରୀକ୍ଷା କରିଥିଲେ । ପ୍ରଥମେ ସେ ଲୁଣରେ ଏକ ଗୋଲ ତିଆରି କରି ସେଥିରେ ଦୁଇଟି କିଙ୍ଗ୍ କୋବ୍ରା ଛାଡିଦେଲେ । ହଠାତ୍ ଗୋଟିଏ କୋବ୍ରା ଡେଇଁପଡି ବାହାରକୁ ପଳାଇ ଆସିଲା । ଅନ୍ୟଟି ସର୍କଲ ଭିତରେ ରହିଗଲା । କିିନ୍ତୁ କିଛି ସମୟ ପରେ ଦ୍ୱିତୀୟ କୋବ୍ରାଟି ମଧ୍ୟ ବାହାରକୁ ଆରାମରେ ବାହାରି ଆସିଲା । ଏହି ଭିଡିଓ ଦେଖିବା ପରେ ଏହା ସ୍ପଷ୍ଟ ହେଲା ଯେ କିଙ୍ଗ୍‌କୋବ୍ରା ଲୁଣକୁ ଭୟ କରନ୍ତି ନାହିଁ ।

Leave A Reply

Your email address will not be published.