Latest Odisha News

ମାଟିତଳୁ ଅଚାନକ ବାହାରିଲା ୧୦୫୮ ବମ୍‌, କାଢିବାବେଳେ ଦିଶିଲା…

ନୂଆଦିଲ୍ଲୀ : ଦେଶରେ ଏକ ଆଶ୍ଚର୍ଯ୍ୟଜନକ ପରିସ୍ଥିତି ଦେଖିବାକୁ ମିଳିଛି। ହଠାତ୍‌ ମାଟି ତଳୁ ହଜାର ହଜାର ବମ୍‌ ବହାହାରିଛି। ଏହା କେବଳ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିନାହିଁ ବରଂ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଯୁଦ୍ଧଗ୍ରସ୍ତ ୟେମେନରେ ବର୍ଷ ବର୍ଷ ଧରି ବିଛାଯାଇଥିବା ଲ୍ୟାଣ୍ଡମାଇନ ଏବଂ ବିସ୍ଫୋରକ ଉପକରଣଗୁଡ଼ିକ ଏବେ ବିପଦ ସୃଷ୍ଟି କରୁଛି। ଏହି ବିପଦପୂର୍ଣ୍ଣ ବିସ୍ଫୋରକଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ, ସାଉଦି ଆରବର ମାସାମ ପ୍ରକଳ୍ପ ଅଧୀନରେ ଦ୍ରୁତ ଗତିରେ କାମ କରାଯାଉଛି।

ସମ୍ପ୍ରତି, ସାଉଦି ଆରବର ‘ମାସାମ’ ପ୍ରକଳ୍ପ ଅଧୀନରେ ୟେମେନର ବିଭିନ୍ନ ସ୍ଥାନରୁ 1,058 ବିସ୍ଫୋରକ ଉପକରଣ ଅପସାରିତ କରାଯାଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ କରାଯାଇଥିବା ଏହି ଅପରେସନରେ, 1,034ଟି ବିସ୍ଫୋରଣ ହୋଇନଥିବା ବିସ୍ଫୋରକ ଉପକରଣ ଏବଂ 24ଟି ଟ୍ୟାଙ୍କ-ମାଇନ ନଷ୍ଟ କରାଯାଇଥିଲା। ସାଉଦି ପ୍ରେସ ଏଜେନ୍ସି ଅନୁଯାୟୀ, ଏହି ଅଭିଯାନ କିଙ୍ଗ ସଲମାନ ହ୍ୟୁମାନିଟାରିଆନ ଏଡ ଆଣ୍ଡ ରିଲିଫ ସେଣ୍ଟର (କେଏସରିଲିଫ) ନେତୃତ୍ୱରେ ଚାଲିଛି। ଏହି ପ୍ରକଳ୍ପ ଅଧୀନରେ, ଏପର୍ଯ୍ୟନ୍ତ 4.84 ଲକ୍ଷରୁ ଅଧିକ ବିସ୍ଫୋରକ ଉପକରଣ ମାଟିତଳୁ ବାହାର କରାଯାଇଛି।

Comments are closed.