Latest Odisha News

BREAKING NEWS

ବେଙ୍ଗାଳୁରୁର ଶୋଚନୀୟ ପରାଜୟ, ୯୭ ରନରେ ଜିତିଲା ପଞ୍ଜାବ

ଦୁବାଇ: ଧୂଆଁଧାର ଅପରାଜିତ ଶତକୀୟ ଇନିଂସ ଖେଳିଲେ ଲୋକେଶ ରାହୁଲ । ବୋଲର କଲେ କମାଲ । ଶୀଘ୍ର ଶୀଘ୍ର ଓ୍ୱିକେଟ ଖସାଇଲେ । ଆଇପିଏଲରେ ରୟାସ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୯୭ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି କିଙ୍ଗସ ଇଲେଭେନ୍ ପଞ୍ଜାବ ।

ପଞ୍ଜାବ ଦେଇଥିବା ୨୦୭ ରନ୍ ବିଜୟ ଲକ୍ଷ୍ୟର ପିଛା କରି ବେଙ୍ଗାଳୁରୁ ୧୭ ଓଭରରେ ଅଲ୍ ଆଉଟ୍ ହୋଇ ଯାଇଥିଲା । ମାତ୍ର ୧୦୯ ରନ୍ କରିଥିଲା ଆରସିବି । ବିଶାଳ ସ୍କୋରର ପିଛା କରି ପ୍ରଥମରୁ ଝଟକା ଖାଇଥିଲା ବେଙ୍ଗାଳୁରୁ । ଫେଲ୍ ମାରିଥିଲେ ଟପ୍ ଅର୍ଡର । ମାତ୍ର ୫୭ ରନରେ ଦଳ ହରାଇଥିଲା ୫ଟି ଓ୍ୱିକେଟ ।

ଓ୍ୱାଶିଂଟନ ସୁନ୍ଦର ୩୦ ରନ୍, ଏବି ଡିଭିଲିୟର୍ସ ୨୮, ଆରୋନ୍ ଫିଞ୍ଚ ୨୦ ଓ ଶିବମ୍ ଦୁବେ କରିଥିଲେ ୧୨ ରନ୍ । ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ପଞ୍ଜାବ ପକ୍ଷରୁ ରବି ବିଷ୍ଣୋୟୀ ଓ ଆର୍. ଅଶ୍ୱିନ ୩ଟି ଲେଖାଏଁ ଓ୍ୱିକେଟ ନେଇଥିବା ବେଳେ କଟ୍ରେଲ ୨ଟି ଏବଂ ମହମ୍ମଦ ସାମି ଓ ମାକ୍ସଓ୍ୱେଲ ନେଇଥିଲେ ଗୋଟିଏ ଲେଖାଏଁ ଓ୍ୱିକେଟ୍ ।
ଏଥିସହ ପଢ଼ନ୍ତୁ: କୋହଲି ଛାଡିଲେ କ୍ୟାଚ୍, ସେଞ୍ଚୁରୀ ମାରିଲେ ଲୋକେଶ ରାହୁଲ

ପ୍ରଥମେ ବ୍ୟାଟିଂ କରି କିଙ୍ଗସ ଇଲେଭେନ୍ ପଞ୍ଜାବ ୩ ଓ୍ୱିକେଟ ବିନିମୟରେ ୨୦୬ ରନ୍ କରିଥିଲା । ଅଧିନାୟକ ଲୋକେଶ ରାହୁଲ ଅପରାଜିତ ୧୩୨ ରନ୍ କରିଥିଲେ । ଏହି ମ୍ୟାଚ୍ ସହ ଆଇପିଏଲରେ ବିଜୟ ଖାତା ଖୋଲିଛି କିଙ୍ଗସ ଇଲେଭେନ୍ ପଞ୍ଜାବ ।

Leave A Reply

Your email address will not be published.