କ୍ରିଷ୍ଣା ମିଶ୍ର
ତୁଳସୀ ଦୟଣା ମହକୁଛି ମହମହ
ଶିହରି ଉଠୁଛି କଂକାଳ ସାର ଦେହ
ସାରା ଜୀବନର ପ୍ରତୀକ୍ଷା ସଫଳ କରି
ଆସିଥିଲ କିଗୋ ମଥା ଛୁଇଁ ମୋର କୁହ
ଅବୋଧ ଶୈଶବ,ଚପଳ କୈଶୋର ଦିନେ
ବୁଝିତ ନଥିଲି ଜୀବନ ଗୋପନ କଥା,
ତମରିନାମର ସିନ୍ଦୁର ସୀମନ୍ତେ ଭରି
ଜାଣିଥିଲି ଖାଲି ମୁଁଉ ତମ ପରିଣୀତା
ଯୌବନେ ନିତି ଶୋଳ ଶୃନ୍ ଗାରେ ସାଜି
କଟାଇ ଦେଇଛି ନିଦ ହରା ରାତି କେତେ
ଫୁଲ ଶେଯ ପାରି,ବାସର ପ୍ରଦୀପ ଜାଳି
ଆତୁରେ ଚାହିଁଛି ତମରି ଆସିବା ପଥେ
ଶଯ୍ୟା ଶାୟୀତ ଜରାଜୀର୍ଣ୍ଣ ଏ ଦେହେ
ଆଉ ଯାହାଅଛି ନିଶ୍ବାସ କିଛି ବାକି
ଆତ୍ମା ଯେ ମୋର ସମର୍ପିତ ତମ ପାଇଁ
ଆସିଥିଲ କିଗୋ ସରାଗେ ନେବାକୁ ଡାକି‐‐??
ବାଣପୁର, ଖୋର୍ଦ୍ଧା