Latest Odisha News

BREAKING NEWS

ଟସ ଜିଣି ପଞ୍ଜାବର ବୋଲିଂ ନିଷ୍ପତ୍ତି

ସାରଜା : ଚଳିତ ଆଇପିଏଲରେ ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଜି କୋଲକତା ଓ ପଞ୍ଜାବ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଏଥିରେ ପଞ୍ଜାବ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ପଞ୍ଜାବ ଦଳ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟରେ ଗତ କିଛି ମ୍ୟାଚ ହେଲା ଚମକପ୍ରଦ ପ୍ରଦର୍ଶନ କରିଚାଲିଛି ।

କ୍ରିସ ଗେଲଙ୍କ ଆଗମନ ପରେ ଦଳର ବ୍ୟାଟିଂଲାଇନ ଶକ୍ତିଶାଳୀ ହୋଇଛି । ଦଳ ଏପର‌୍ୟ୍ୟନ୍ତ ମୋଟ ୧୧ଟି ମ୍ୟାଚ ଖେଳି ୫ ବିଜୟ ୬ ପରାଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକତା ୧୧ଟି ମ୍ୟାଚ ଖେଳି ୬ ବିଜୟ ୫ ପରାଜୟ ସହ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.