Latest Odisha News

BREAKING NEWS

ଦଶହରାରେ କୋଟିଏ ଟଙ୍କାର ନୋଟ୍ ହାରରେ ସଜ୍ଜିତ ମା’; ଭିଡିଓ ଭାଇରାଲ୍‌

ହାଇଦ୍ରାବାଦ: ଦଶହରା ଅବସରରେ ତେଲେଙ୍ଗାନାର କନୟକା ପରମେଶ୍ୱରୀ ମନ୍ଦିରରେ ଠାକୁରାଣୀ ନୋଟରେ ତିଆରି ଫୁଲ ହାରରେ ସଜ୍ଜିତ ହୋଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କା ହେବ ବୋଲି ଜଣାପଡିଛି ।

ଏନେଇ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ମଧ୍ୟ ହୋଇଛି ।

 

ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନାର ବାସବୀ କନୟକା ପରମେଶ୍ୱରୀ ମନ୍ଦିରରେ ପୂଜା ପାଉଥିବା ଠାକୁରାଣୀ ମାତା ଦୁର୍ଗାଙ୍କର ଏକ ରୂପ । ରଙ୍ଗବେରଙ୍ଗୀ ନୋଟ୍ ଟଙ୍କାରେ ଅତି ସୁନ୍ଦର ଭାବେ ଫୁଲ୍ ହାର ତିଆରି କରାଯାଇଥିବା ଦେଖିବାକୁ ମିଳୁଛି ।

ମନ୍ଦିରର ଟ୍ରେଜେରରଙ୍କ କହିବା ଅନୁଯାୟୀ ଗତ ବର୍ଷ ମାତା ପ୍ରାୟ ୩,୩୩,୩୩,୩୩୩ ଟଙ୍କାର ନୋଟରେ ସୁସଜ୍ଜିତ ହୋଇଥିଲେ ।

ତେବେ କରୋନା ମହାମାରୀ ଯୋଗୁଁ ଅର୍ଥନୀତି ଏକପ୍ରକାର ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଚଳିତ ଥର ଟଙ୍କାର ପରିମାଣ ହ୍ରାସ ପାଇଛି ।

ଏହି ଅର୍ଥରାଶିକୁ ସ୍ଥାନୀୟ ବାସିନ୍ଦା ମାନେ ଦେଇଥିବା ବେଳେ ପୂଜା ପରେ ସେମାନଙ୍କୂ ଫେରାଇ ଦିଆଯିବ । ଏହା ବ୍ୟତିତ ଚଳିତ ଥର ୪୦ରୁ ୫୦ ଜଣ ଲୋକ ଏହି ଭିନ୍ନ ଡେକୋରେସନ୍ ପାଇଁ ଯୋଗଦାନ କରିଥିବା ନେଇ ସେ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.