Latest Odisha News

BREAKING NEWS

ପ୍ରତିମାସରେ ୫ କୋଟି ନିର୍ବାଚନୀ ବଣ୍ଡ ଦାନକୁ ନେଇ କିରଣ ମଜୁମଦାର ସ’ଙ୍କ ପ୍ରତିକ୍ରିୟା; ଏହା ଭୁଲ, ଆପଣ ଗଣିତକୁ ବୁଝନ୍ତୁ…

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡକୁ ନେଇ ବାୟୋକନ୍ ଲିମିଟେଡର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ କିରଣ ମଜୁମଦାର ସ’ଙ୍କ ଅଜବ ପ୍ରତିକ୍ରିୟା  । ଆପଣ ଯାହା ଭାବୁଛନ୍ତି ତାହା ଭୁଲ  । ଆପଣ ଏ ଗଣିତକୁ ବୁଝନ୍ତୁ । ମାଇକ୍ରୋବ୍ଲଗିଂ ୱେବସାଇଟ ଏକ୍ସରେ ଜଣେ ୟୁଜର କିରଣ ମଜୁମଦାର ସ’ଙ୍କ କମ୍ପାନୀ ଦାନ କରିଥିବା ନିର୍ବାଚନୀ ବଣ୍ଡ ନେଇ ଟାର୍ଗେଟ କରିବା ପରେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି  ।

ୟୁଜର ଜଣକ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁର ସ୍ଥିତ ଫାର୍ମାସ୍ୟୁଟିକାଲ ଫାର୍ମ ବାୟୋକନ୍ ଲିମିଟେଡର ମୁଖ୍ୟ ପ୍ରତି ମାସରେ ୫ କୋଟି ଟଙ୍କା ଦାନ କରିଛନ୍ତି । ଏହି ପୋଷ୍ଟ ଉପରେ କିରଣ ମଜୁମଦାର ସ’ ପ୍ରତିକ୍ରିୟାରେ ଲେଖିଛନ୍ତି,‘‘ ଏହା ଭୁଲ ଅଟେ । ଆପଣ ଗଣିତକୁ ବୁଝିବାକୁ ଚେଷ୍ଟା କରନ୍ତୁ ।’’

ମାଇକ୍ରାବ୍ଲଗିଂ ପ୍ଲାଟଫର୍ମର ଅନ୍ୟ ଜଣେ ୟୁଜର୍ସ ଅରମାନ ଅହମ୍ମଦ ଲେଖିଛନ୍ତି,‘‘ଏହା ପ୍ରକୃତରେ ୬ କୋଟି ଟଙ୍କା । ଯଦି ଆପଣ ଭାବୁଛନ୍ତି ଯେ ଆପଣ ଅନ୍ୟ ଉପାୟ ମାଧ୍ୟମରେ ତାହା ଦେଇଛନ୍ତି, ଦୟାକରି ତାହା ମଧ୍ୟ ସ୍ପଷ୍ଟ କରନ୍ତୁ ।’’

ଅରମାନ ଅହମ୍ମଦଙ୍କୁ ଉତ୍ତର ଦେଇ କିରଣ ମଜୁମଦାର ସ’ ଲେଖିଛନ୍ତି,‘‘ ମୁଁ ସର୍ବଦା ସ୍ୱଚ୍ଛ ଏବଂ ଆପଣ ଯାହା ଦେଖୁଛନ୍ତି ତାହା ଠିକ୍ ଅଟେ ।ସବୁ ଦଳ ନିର୍ବାଚନ ଲଢ଼ିବା ପାଇଁ ଫାଣ୍ଠି ଚାହିଁଥାଆନ୍ତି । ’’

ସୂଚନାଯୋଗ୍ୟ,  ନିର୍ବାଚନ ଆୟୋଗ ଗୁରୁବାର ଦିନ ୱେବସାଇଟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରୁ ପ୍ରାପ୍ତ  ତଥ୍ୟ ଅପଲୋଡ୍ କରିଛି । ୭୬୩ ପୃଷ୍ଠାର ଦୁଇଟି ତାଲିକା ନିର୍ବାଚନ ଆୟୋଗ ୱେବସାଇଟରେ ପୋଷ୍ଟ କରାଯାଇଛି । ଏହି ତାଲିକାରେ ଯେଉଁମାନେ  ନିର୍ବାଚନ ବଣ୍ଡ କିଣିଛନ୍ତି ସେମାନଙ୍କ ବିବରଣୀ ରହିଛି । ଦ୍ୱିତୀୟ ତାଲିକାରେ  ରାଜନୈତିକ ଦଳ ଗୁଡିକ ଗ୍ରହଣ କରିଥିବା ବଣ୍ଡର ବିବରଣୀ ରହିଛି । ନିର୍ବାଚନ ଆୟୋଗ ୱେବସାଇଟରେ  ଅପଲୋଡ୍ ହୋଇଥିବା ସମସ୍ତ ସୂଚନା ତିନି ପ୍ରକାର ବଣ୍ଡ ସହ ଜଡିତ । ନିର୍ବାଚନ ବଣ୍ଡକୁ ୧ ଲକ୍ଷ, ୧୦ ଲକ୍ଷ ଟଙ୍କା ଏବଂ ୧ କୋଟି ଟଙ୍କାରେ କ୍ରୟ କରାଯାଇଛି ।

Leave A Reply

Your email address will not be published.