Latest Odisha News

BREAKING NEWS

ଏନଏସି ଦାବିରେ ତିହିଡି ବନ୍ଦ

ଭଦ୍ରକ: ଥମୁନି ଏନଏସି ଦାବି । ଭଦ୍ରକ ଜିଲ୍ଲା ତିହିଡିକୁ ଏନଏସି ମାନ୍ୟତା ଦାବି ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛି ତିହିଡି ନାଗରିକ ମଞ୍ଚ । ବନ୍ଦକୁ ସମର୍ଥନ କରି ଦୋକାନ ବଜାର, ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଛି । ଏନଏସି ପାଇଁ ତିହିଡି ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ତିହିହିକୁ ଅବହେଳା କରାଯାଉଥିବା ଲୋକେ ଦାବି କରିଛନ୍ତି ।

କିଛି ଦିନ ତଳେ ୧୩ ଜିଲ୍ଲାର ୨୨ଟି ସହରକୁ ଏନଏସି ମାନ୍ୟତା ମିଳିଥିଲା। ପୂର୍ବରୁ ୩୫ଟି ନୂଆ ଏନଏସି ଓ ୫ଟି ମ୍ୟୁନିସିପାଲଟି ନେଇ ଘୋଷଣା କରାଯାଇଥିଲା । ଏହାପରେ ଅନେକ ସ୍ଥାନରେ ନିଜ ନିଜ ସହରକୁ ଏନଏସି ମାନ୍ୟତା ଦେବାକୁ ନେଇ ପ୍ରତିବାଦ ହୋଇଥିଲା । ଏହାପରେ ରାଜ୍ୟ ସରକାର ୨୨ଟି ସହରକୁ ଏନଏସି ମାନ୍ୟତା ପ୍ରଦାନ କରିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଅଂଚଳବାସୀ ଖୁସି ପ୍ରକଟ କରିଛନ୍ତି । ୨୨ଟି ସହରକୁ ବିଜ୍ଞପିତ ଅଂଚଳ ପରିଷଦ ବା ଏନଏସି ମାନ୍ୟତା ମଳିବା ପରେ ପରସ୍ପରକୁ ମିଠା ଖୁଆଇ, ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଜନତା । ବଳକା ରହିଥିବା କିଛି ଅଞ୍ଚଳକୁ ଏନଏସି ଦାବିରେ ଲୋକେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.