Latest Odisha News

BREAKING NEWS

ଆଜି ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ବର: ଆଜି ଓଡ଼ିଶା ବିଜେପି ନିର୍ବାଚନ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିବ ଏହି ବୈଠକ ।ବୈଠକରେ ନିର୍ବାଚନରେ ସମସ୍ତ ସିଟ୍ ନେଇ ଆଲୋଚନା ହେବ । ଏଥିରେ ଦଳ ସମସ୍ତ ସିଟ୍ ପାଇଁ ପରୀକ୍ଷା ନିରୀକ୍ଷା କରିବ । ମିଟିଂ ମିଟିଂର ସବିଶେଷ ରିପୋର୍ଟ ଦଳର ସଂସଦୀୟ କମିଟିକୁ ପଠାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ବୈଠକରେ ଯୋଗଦେବେ ବରିଷ୍ଠ ନେତା । ତେବେ ଓଡିଶା ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ବୈଠକରେ ଯୋଗଦେବେ ବୋଲି ସୂଚନା ରହିଛି ।

ରାଜ୍ୟରେ ବିଜେପି ଏକାକୀ ଲଢିବ ଏବଂ ସରକାର କରିବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ପଷ୍ଟ ଭାବେ କହିବା ପରେ ରାଜ୍ୟ ବିଜେପି ଶିବିର ଚଳଚଂଚଳ ହୋଇ ଉଠିଛି । ନେତାଙ୍କଠୁ ନେଇ କର୍ମୀ ସକ୍ରିୟ ହୋଇ ଉଠିଛନ୍ତି ।

Leave A Reply

Your email address will not be published.