Latest Odisha News

BREAKING NEWS

କମ୍‌ବ୍ୟାକ୍‌ କରୁଛନ୍ତି କିରଣ!

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ବିଜେପି ସାଂସଦ କିରନ୍ ଖେରଙ୍କ ପ୍ରଶଂସକମାନଙ୍କ ପାଇଁ ଭଲ ଖବର। ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ଫ୍ୟାନ୍ସ ଚିନ୍ତିତ ଥିଲେ। କିରଣ କର୍କଟ ସହ ଲଢେଇ ଜାରି ରଖିଛନ୍ତି। ଏହି ସମୟରେ, ତାଙ୍କର ଏକ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ ଆନନ୍ଦିତ କରିଛି। ଏହି ଫଟୋରେ କିରନ୍ ଖେର ଏକ ଲାପଟପ୍ ରେ କାମ କରୁଥିବା ନଜର ଆସିଛନ୍ତି। ଏହି ପୋଷ୍ଟରେ ସ୍ୱାମୀ ଅନୁପମ ଖେର ମଧ୍ୟ ତାଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି।

ଫଟୋ ସହିତ କିରଣ କ୍ୟାପସନ ଲେଖିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟାର ପାଣ୍ଠି ସହିତ ସାରା ଦେଶରେ ଅମ୍ଳଜାନ କାରଖାନାର ଉଦଘାଟନ କରିଛନ୍ତି। ଚଣ୍ଡିଗଡ଼ରେ ୪ଟି ଉଦ୍‌ଘାଟନ ହୋଇଛି ଏବଂ ସେଥିମଧ୍ୟରୁ ୨ଟି ଉଦଘାଟନ କରିବାର ‌ସୌଭାଗ୍ୟ ମୋତେ ମିଳିଛି। କିରଣଙ୍କ ଏହି ପୋଷ୍ଟରେ ଅନୁପମ ଖେର କିରଣଙ୍କ ପୋଷ୍ଟରେ ୱେଲଡନ ଲେଖି ଏକ କରତାଳିର ଇମୋଜି ଦେଇଛନ୍ତି।

Leave A Reply

Your email address will not be published.