Latest Odisha News

BREAKING NEWS

ଗଞ୍ଜାମ ଡିଆର୍‌ଡିଏ ନିର୍ଦ୍ଦେଶକ ହେଲେ କୀର୍ତ୍ତି ୱାସନ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଭାବେ ୱି.କୀର୍ତ୍ତି ୱାସନ୍ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୮ ବ୍ୟାଚ୍‌ର ଆଇଏଏସ୍ ଅଫିସ ଅଟନ୍ତି । ୱାସନ୍ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ବ୍ରହ୍ମପୁର ଉପ-ଜିଲାପାଳ ଭାବେ ନିଯୁକ୍ତି ପାଇଥିଲେ ।

BjdElectrycity

ଦାୟିତ୍ୱ ଗ୍ରହଣ ଅବସରରେ ଗଣମାଧ୍ୟମକୁ ସୌଜନ୍ୟମୂଳକ ସାକ୍ଷାତକାରରେ ସେ କହିଛନ୍ତି, ମନରେଗା, ମିଶନ ଶକ୍ତି ଓ ଗ୍ରାମୀଣ ଗୃହ ନିର୍ମାଣ ସମେତ ବିଭିନ୍ନ ଉନ୍ନୟନ ଯୋଜନାର ସଫଳ କାର୍ଯ୍ୟକାରିତାକୁ ଜାରି ରଖିବା ଲାଗି ଉଦ୍ୟମ କରିବେ । ରୋଲ୍ ମଡେଲ୍ ଗଞ୍ଜାମ ଜିଲ୍ଲା ପୂର୍ବ ବର୍ଷ ଭଳି ଯେଉଁ ସୁନାମ ବଜାୟ ରଖି ପୁରସ୍କାର ଗ୍ରହଣ କରି ଆସିଛି ତାହା ଜାରି ରଖିବା ପାଇଁ ପ୍ରଥମ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।

ଡିଆରଡିଏ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ନୂତନ ପିଡି ୱାସନ୍‌ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ସୂଚନାଥାଉକି, ପୂର୍ବରୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଆସୁଥିବା ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କ ବାଲେଶ୍ୱର ଜିଲାପାଳ ଭାବେ ବଦଳି ହୋଇଯାଇଛି ।

Leave A Reply

Your email address will not be published.