Latest Odisha News

BREAKING NEWS

ପୋଷ୍ଟଅଫିସର ଟଙ୍କା ଡବଲ ସ୍କିମ; ନୂତନ ବର୍ଷରେ ଏଠାରେ କରନ୍ତୁ ନିବେଶ

ଭୁବନେଶ୍ବର: ନବ ବର୍ଷର ଆରମ୍ଭ ସହିତ, ଲୋକମାନେ ନିବେଶ କରିବା ଆରମ୍ଭ କରିଛନ୍ତି । ଲୋକମାନେ ନିରାପଦ ନିବେଶ ଚାହୁଁଛନ୍ତି, ସେମାନେ ସରକାରୀ ଯୋଜନାରେ ବିନିଯୋଗ କରୁଛନ୍ତି, ଯେଉଁଠାରେ ସ୍ଥିର ରିଟର୍ଣ୍ଣ  ରହିଥାଏ । ଆଜି ଆମେ ଆପଣଙ୍କୁ ଡାକ ବିଭାଗର ଏକ ଯୋଜନା ବିଷୟରେ କହୁଛୁ ଯେଉଁଠାରେ ଗ୍ୟାରେଣ୍ଟି ସହିତ ଆପଣଙ୍କ ଟଙ୍କା ଦ୍ୱିଗୁଣିତ ହେବ । ଏହି ସରକାରୀ ଯୋଜନାର ନାମ ହେଉଛି ‘କିଷାନ ବିକାଶ ପତ୍ର’ ।

ପୋଷ୍ଟଅଫିସ କିଷାନ ବିକାଶ ପତ୍ର ଯୋଜନାରେ ୭.୫ପ୍ରତିଶତ ସୁଧ ଦିଆଯାଉଛି । ଏହି ଯୋଜନାରେ ଆପଣ ଅତିକମରେ ୧୦୦୦ଟଙ୍କା ନିବେଶ କରିପାରିବେ । ଏଥିରେ ସର୍ବାଧିକ ନିବେଶ ଉପରେ କୌଣସି ସୀମା ନାହିଁ । ଏହି ଯୋଜନା ୧୧୫ ମାସ ଅର୍ଥାତ୍ ୯ ବର୍ଷ ୭ ମାସରେ ପରିପକ୍ବ ହେବ। କିଷାନ ବିକାଶ ପତ୍ର ଯୋଜନା ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଆପଣଙ୍କ ଟଙ୍କା ପରିପକ୍ୱତା ହେବାବେଳକୁ ସିଧାସଳଖ ଦ୍ୱିଗୁଣିତ ହେଇଯିବ । ଆପଣ ଏଥିରେ ୫ଲକ୍ଷ ଟଙ୍କା ରଖିଥିବେ, ତେବେ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ସେହିଭଳି ଯଦି ଆପଣ ଏହି ଯୋଜନାରେ ୫କୋଟି ଟଙ୍କା ନିବେଶ କରନ୍ତି, ତେବେ ଆପଣଙ୍କୁ ୧୦ କୋଟି ଟଙ୍କା ମିଳିବ ।

ଏହି ଯୋଜନାରେ ଆପଣ ସିଂଗଲ ଆକାଉଣ୍ଟ ସହ ଜଏଣ୍ଟ ଆକାଉଣ୍ଟ ବି ଖୋଲିପାରିବେ । ଜଏଣ୍ଟ ଆକାଉଣ୍ଟରେ ସର୍ବାଧିକ ତିନିଜଣ ଲୋକ ମିଶି ଆକାଉଣ୍ଟ ଖୋଲିପାରିବେ । ଏହା ବ୍ୟତୀତ ଦଶ ବର୍ଷରୁ ଅଧିକ ବୟସ ଶିଶୁଙ୍କର ବି ଆକାଉଣ୍ଟ ବି ଖୋଲିପାରିବେ ।

ଯଦି ଶିଶୁର ବୟସ ୧୦ ବର୍ଷରୁ କମ୍, ତେବେ ପିତାମାତା ନିଜ ନାଁରେ ଆକାଉଣ୍ଟ ଖୋଲିପାରିବେ । ଯଦିଓ ଏହି ଯୋଜନା ୧୧୫ ମାସରେ ପରିପକ୍ବ ହୁଏ, କିନ୍ତୁ ଖାତା ଖୋଲିବା ଦିନ ଠାରୁ ୩୦ ମାସ ପରେ ଆକାଉଣ୍ଟ ବନ୍ଦ କରି ଟଙ୍କା ଉଠାଇ ପାରିବେ ।

Comments are closed.