Latest Odisha News

BREAKING NEWS

ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ସିଏମଡି ଭାବେ ଦାୟିତ୍ବ ନେଲେ କିଶୋର ଚନ୍ଦ୍ର ଦାସ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦ୍ଦୋକ ଭାବେ ଦାୟିତ୍ବ ନେଲେ କିଶୋର ଚନ୍ଦ୍ର ଦାସ । ଏହା ପୂର୍ବରୁ ସେ ଆରଆଇଏନଏଲର କାର୍ମିକ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରି ଆସୁଛନ୍ତି । ସେ ଏହି ପଦବୀରେ ଜାନୁଆରୀ ପହିଲାରେ ଯୋଗ ଦେଇଥିଲେ ।

ଏହାବ୍ୟତିତ ଆରଆଇଏନଏଲର ସହଯୋଗୀ ସଂସ୍ଥା ଓଏମଡିସି ଓ ବିଏସଏଲସି ବୋର୍ଡରେ ସଦସ୍ୟ ଅଛନ୍ତି । ଦୁର୍ବଳ ସ୍ଥିତିରେ ଥିବା ବିଏସଏଲସିର ପୁନରୁଦ୍ଧାର ଓ ଓଏମଡିସିକୁ ଖଣିଜ କାର୍ଯ୍ୟରେ ନିୟୋଜିତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି ।

ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନ ଏକ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାଜାଗାଓଁ ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦବୀରେ ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିସାରିଛନ୍ତି । ଏହାସହ ଗେଲ ଓ ଏହାର ଯୌଥ ଉଦ୍ୟୋଗ ଗୁଡିକର ମାନବ ସମ୍ବଳ ବିଭାଗର ବିଭିନ୍ନ ପଦବୀରେ ମଧ କାର୍ଯ୍ୟ କରିଥିଲେ କିଶୋର ଚନ୍ଦ୍ର ଦାସ ।

Leave A Reply

Your email address will not be published.