Latest Odisha News

BREAKING NEWS

ମହଙ୍ଗା ପଡିଲା କୂଅ ସଫା କରିବା, ୨ ମୃତ ଜଣେ ଗୁରୁତର

ନବରଙ୍ଗପୁର: ରାଇଘର ବ୍ଲକ ଅନ୍ତର୍ଗତ ସୋନାରପାରା ଗାଁରେ ଅଭାବନୀୟ ଘଟଣା । କୁଅ ସଫା କରିବାକୁ ଯାଇ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ରାଜୁ କେଉଟ ନାମକ ଜଣେ ବ୍ୟକ୍ତି ଗାଁରେ ଥିବା ଏକ କୁଅ ସଫା କରିବାକୁ ହେମରାଜ ହାଲବା ଓ ଅନୁପ କେଉଟଙ୍କ ସହ ଭିତରକୁ ପଶିଥିଲେ । କୂଅରେ ପାଣି କମ୍ ଥିବାରୁ ସେମାନେ ସଫେଇ କାମ ଆରମ୍ଭ କରିଥିଲେ । ହେଲେ କିଛି ସମୟ ପରେ ସେମାନେ ଶ୍ୱାସରୁଦ୍ଧ ହୋଇ ଛଟପଟ ହୋଇଥିଲେ । କୂଅ ବାହାରେ ଥିବା ଲୋକେ ସବୁ ଦେଖି ସୁଦ୍ଧା ଉଦ୍ଧାର କରିବାରେ ସଫଳ ହୋଇନଥିଲେ ।

ଶେଷରେ କୁନ୍ଦେଇ ପୋଲିସ ଓ ରାଇଘର ଅଗ୍ନମିଶମ ବିଭାଗ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ହେଲେ ଶ୍ୱାସରୁଦ୍ଧ ହୋଇ ହେମରାଜ ଓ ଅନୁପ ମୃତ୍ୟୁବରଣ କରିଥିଲାବେଳେ ଗୁରୁତର ଅବସ୍ଥାରେ ରାଜୁଙ୍କୁ ହାଟଭରଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.