Latest Odisha News

BREAKING NEWS

ସଚିନ, କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆଣ୍ଡରସନ

ନୂଆଦିଲ୍ଲୀ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ଭାରତର ଦୁଇ ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ନ୍ୟୁଜିଲାଣ୍ଡ(୨) ଓ ଭାରତ(୫) ବିପକ୍ଷରେ ଇଂଲଣ୍ଡ ମୋଟ ୭ ଟେଷ୍ଟ ଖେଳିବାକୁ ଯାଉଛି । ଆଣ୍ଡରସନ ଯଦି ୬ଟି ଟେଷ୍ଟରେ ଖେଳିବାକୁ ସୁଯୋଗ ପାଇବେ ତାହାହେଲେ ସଚିନଙ୍କ ରେକର୍ଡ ଭାଙ୍ଗିବେ । ସଚିନ ଘରୋଇ ମାଟିରେ ୯୪ ଟେଷ୍ଟ ଖେଳିଛନ୍ତି । ଆଣ୍ଡରସନ ଏ ପର୍ଯ୍ୟନ୍ତ ୮୯ ଟେଷ୍ଟ ଖେଳି ସାରିଛନ୍ତି ।

ସେହିପରି ଅନୀଲ କୁମ୍ବଲେ ଘରୋଇ ମାଟିରେ ୪୦୦ ଉଇକେଟ ନେଇଥିବା ବେଳେ ଆଣ୍ଡସନ ୩୮୪ ଉଇକେଟ ଅକ୍ତିଆର କରିଛନ୍ତି । ଉପରୋକ୍ତ ଟେଷ୍ଟ ଗୁଡିକରେ ସେ ୧୭ ଉଇକେଟ ହାସଲ କଲେ ନୂତନ ରେକର୍ଡ ସ୍ଥାପନ କରିବେ ।

Leave A Reply

Your email address will not be published.