Latest Odisha News

BREAKING NEWS

ପଦାର୍ପଣ ଡାଇମଣ୍ଡ ଲିଗରେ କମାଲ କରିବା ଲକ୍ଷ୍ୟରେ ଓଡିଶାର ଜାଭେଲିନ ଥ୍ରୋୟର କିଶୋର

ଭୁବନେଶ୍ୱର: ଓଡିଶାର ଷ୍ଟାର ଜାଭେଲିନ ଥ୍ରୋୟର କିଶୋର ଜେନା ଡାଇମଣ୍ଡ ଲିଗରେ ପଦାର୍ପଣ କରିବାକୁ ଯାଉଛନ୍ତି । ୨୮ ବର୍ଷୀୟ ଏହି ଆଥଲେଟ ୨୦୨୩ରେ ସ୍ମରଣୀୟ ପ୍ରଦର୍ଶନ କରିଥିଲେ । ସେ ଏବେ ମେ ୧୦ରେ ଦୋହାରେ ହେବାକୁ ଥିବା ଡାଇମଣ୍ଡ ଲିଗ ଉପରେ ମନୋନିବେଶ କରିଛନ୍ତି । ୧୫ଟି ସିରିଜରେ ବିଶ୍ୱର ଶ୍ରେଷ୍ଠ ଆଥଲେଟଙ୍କୁ ନେଇ ଏହି ଲିଗ ଆୟୋଜିତ ହୋଇଥାଏ । ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନଶିପ ପରେ ଏହି ଲିଗକୁ ଗଣତି କରାଯାଇଥାଏ । ୨୦୨୩ରେ ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ଜେନା ୫ମ ସ୍ଥାନରେ ରହିଥିଲେ । ସେ ହାଙ୍ଗଝୋଉ ଏସିଆନ ଗେମ୍ସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୭.୫୪ ମିଟର) ସହ ରୌପ୍ୟ ପଦକ ହାସଲ କରିଥିଲେ ।

ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ସାଥୀ ଖେଳାଳି ନୀରଜ ଚୋପ୍ରାଙ୍କଠାରୁ ସେ ପଛରେ ରହି ଯାଇଥିଲେ । ଅଲିମ୍ପିକ, ବିଶ୍ୱ ଚାମ୍ପିୟନଶିପ ପରେ ନୀରଜ ମଧ୍ୟ ଡାଇମଣ୍ଡ ଲିଗରେ ଶ୍ରେଷ୍ଠତ୍ୱ ବଜାୟ ରଖିବା ପାଇଁ ଚାହିଁବେ । ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪ ମିଟର ରହିଛି । ତାଙ୍କର କଡା ଟକ୍କର ଚେକ ରିପବ୍ଲିକର ଜାକବ ଭାଲଡେଚା ଓ ପୂର୍ବତନ ବିଶ୍ୱ ଚାମ୍ପିୟନ ଗ୍ରେନେଡାର ଆଣ୍ଡରସନ ପିଟରଙ୍କ ସହ ରହିବ । ଜିଆମେନ ଓ ଶାଂଘାଇରେ ଅନୁଷ୍ଠିତ ଡାଇମଣ୍ଡ ଲିଗର ପ୍ରଥମ ୨ଟି ମିଟିଂରେ ଜାଭେଲିନକୁ ସାମିଲ କରାଯାଇ ନ ଥିଲା ।

Leave A Reply

Your email address will not be published.