Latest Odisha News

BREAKING NEWS

ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ(୮୪) ବିଜେପିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ସେ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏନେଇ ସାବିତ୍ରୀ ଜିନ୍ଦଲ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି ।

କିଛି ଦିନ ପୂର୍ବେ ତାଙ୍କ ବ୍ୟବସାୟୀ ପୁଅ ନବୀନ ଜିନ୍ଦଲ ଭାଜପାରେ ସାମିଲ ହୋଇଥିଲେ। ଗୁରୁବାର ସାବିତ୍ରୀ କଂଗ୍ରେସରୁ ଇସ୍ତଫା ଦେଇ ପଦ୍ମର ସଦସ୍ୟତା ଗ୍ରହଣ କରିଛନ୍ତି। ସାବିତ୍ରୀଙ୍କ ପୁଅ ନବୀନ ୨୦୦୪-୧୪ ଯାଏ କଂଗ୍ରେସ ଏମ୍‌ପି ଭାବେ ଲୋକ ସଭାର କୁରୁକ୍ଷେତ୍ର ଆସନରୁ ନିର୍ବାଚନରେ ଛିଡ଼ା ହୋଇଥିଲେ। ଏହି ଟିକେଟରୁ ପୁଣିଥରେ ସେ ବିଜେପି ଟିକେଟରୁ ଲଢ଼ିବେ। ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ହରିୟାଣାର ସମସ୍ତ ୧୦ ଆସନରେ ବିଜୟ ଲାଭ କରିଥିଲା। ଅପରପକ୍ଷେ ସାବିତ୍ରୀଙ୍କ ବିଷୟରେ କହିଲେ ସେ ହରିୟାଣାର ପୂର୍ବ ଭୂପିନ୍ଦର ସିଂ ହୁଡ୍ଡା ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ।

 

Leave A Reply

Your email address will not be published.