Latest Odisha News

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ:ରୋଇଂରେ ଓଡିଶାକୁ ପ୍ରଥମ ପଦକ, ସେମିରେ ହକି ଟିମ

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ପ୍ରତିଯୋଗୀଙ୍କ ଭଲ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ରୋଇଂରେ ଓଡିଶା ପ୍ରତିଯୋଗୀ ପ୍ରଥମ ପଦକ ଜିତିଛନ୍ତି । ପୁରୁଷ ଜେଏମ୪ଏକ୍ସରେ ସୌରଭ, କପୀଶ କୁମାର, ରାହୁଲ ରାଠୋର ଓ ଚନ୍ଦନ ରାଜା ସ୍ୱାଇଁ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ହକିରେ ଉଭୟ ବାଳକ ଏବଂ ବାଳିକା ବିଭାଗର ସେମିଫାଇନାଲରେ ପ୍ରବେଶ କରି ଓଡିଶା ଟିମ ପଦକ ସcମ୍ଭାବନା ସୃଷ୍ଟି କରିଛି । ୧୮ ବର୍ଷରୁ କମ ବାଳିକା ବିଭାଗ କ୍ୱାର୍ଟର ଫାଇନାଲରେ ଓଡିଶା ୪-୦ରେ ପଞ୍ଜାବକୁ ପରାସ୍ତ କରିଥିଲା ।

ସେହିପରି ବାଳକ ବିଭାଗରେ ଓଡିଶା ୭-୪ ଗୋଲରେ ଚଣ୍ଡୀଗଡକୁ ହରାଇଥିଲା । ଓଡିଶା ୧୦ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୯ ବ୍ରୋଞ୍ଜ ପଦକ ସହ ଓଭରାଲ ୨୪ ପଦକ ହାସଲ କରି ୫ମ ସ୍ଥାନରେ ରହିଛି ।

Leave A Reply

Your email address will not be published.