Latest Odisha News

BREAKING NEWS

ଆଇପିଏଲକୁ ଛୁଇଁଲା କରୋନା ସଙ୍କଟ: ନୀତିଶ ରାଣାଙ୍କ ରିପୋର୍ଟ ପଜିଟିଭ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିରେ ଏବେ କରୋନା ସଙ୍କଟ ଦେଖା ଦେଇଛି । ଆଇପିଏଲର ୮ ଦିନ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ନୀତିଶ ରାଣାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ଗୋଆରେ ଛୁଟି କଟାଇବାରେ ପରେ ରାଣା ଦଳ ସହିତ ଯୋଗ ଦେଇଥିଲେ ।

୨ ଦିନ ପୂର୍ବରୁ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ବିସିସିଆଇ ଏବଂ କେକେଆର ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ମୁମ୍ବାଇର ଏକ ହୋଟେଲରେ ନୀତିଶ କ୍ୱାରେଂଟାଇନରେ ଅଛନ୍ତି । ଆଇପିଏଲର ୧୪ତମ ସଂସ୍କରଣ ଏପ୍ରିଲ ୯ରୁ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମେ ୩୦ରେ ଖେଳାଯିବ ।

Leave A Reply

Your email address will not be published.