Latest Odisha News

BREAKING NEWS

ଆଇପିଏଲ-୨୦୨୧ର ବଳକା ମ୍ୟାଚରେ ଖେଳିବେ ନାହିଁ ପ୍ୟାଟ କୁମିନ୍ସ

ନୂଆଦିଲ୍ଲୀ: ଆଇପିଏଲ ୧୪ତମ ସଂସ୍କରଣର ବଳକା ମ୍ୟାଚ ୟୁଏଇରେ ଖେଳାଯିବ । ତେବେ ରବିବାର କୋଲକାତା ନାଇଟ ରାଇଡର୍ସକୁ ଏହାର ପ୍ରସ୍ତୁତି ନେଇ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ପ୍ୟାଟ କୁମିନ୍ସ ୟୁଏଇରେ ବାକିତକ ମ୍ୟାଚ ଖେଳିବେ ନାହିଁ ବୋଲି କହିଛନ୍ତି । କୋଲକାତା କୁମିନ୍ସଙ୍କୁ ୨୦୨୦ରେ ୧୫.୫ କୋଟି ଟଙ୍କାରେ କିଣିଥିଲା । ଯଦି କୁମିନ୍ସ ବାକିଥିବା ମ୍ୟାଚ ଖେଳିବେ ନାହିଁ ତାହାହେଲେ ତାଙ୍କୁ ମାତ୍ର ୭.୭୫ କୋଟି ଟଙ୍କା ମିଳିବ ।

ଜୁନ ଶେଷରେ ଅଷ୍ଟ୍ରେଲିଆ ଟିମ୍ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଟି୨୦ ବିଶ୍ୱକପ ପ୍ରସ୍ତୁତି ଏବଂ ଅନ୍ୟ ସବୁ କାରଣରୁ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ଖେଳାଳିମାନେ ପ୍ରାୟତଃ ଆଇପିଏଲରୁ ଓହରିଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.