Latest Odisha News

BREAKING NEWS

ଜୁନ ୩ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଠିକ୍ ସମୟରେ ନୁହେଁ, ଏଥର ବିଳମ୍ବରେ କେରଳ ଛୁଇଁବ ମୌସୁମୀ ବାୟୁ । ଜୁନ୍ ପହିଲା ବଦଳରେ ଜୁନ ୩ ତାରିଖରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କହିଥିଲା । କିନ୍ତୁ ଏବେ ବିଳମ୍ବରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧ରୁ ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇପାରେ । ଯାହା ଫଳରେ କେରଳ ଉପରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଯେଉଁଥିପାଇଁ ଜୁନ ୩ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁନ ୧ ତାରଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳରେ ପାଗ ଭିଡିବ । ଏହାର ପ୍ରଭାବରେ ଆକାଶ ମେଘାଚ୍ଛନ ରହିବ । ଏହାସହ ଧିରେ ଧିରେ ବର୍ଷା ବଢ଼ିବା ସହ କେରଳରେ ଜୁନ ୩ ତାରିଖ ସୁଦ୍ଧା ମୌସୁମୀ ପହଞ୍ଚିବାର ଆଶା କରାଯାଉଛି ।

Leave A Reply

Your email address will not be published.