ନୂଆଦିଲ୍ଲୀ: ଭାରତର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଖେଳି ନ ପାରନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ଟେଷ୍ଟ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲା । ଏହା ପରେ ସେ ବାକି ୩ଟି ଟେଷ୍ଟ ଖେଳି ପାରି ନ ଥିଲେ । ରାହୁଲ ଏବେ ତାଙ୍କ ଅପରେଶନ ପାଇଁ ଇଂଲଣ୍ଡ ଯାଇଛନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଫଳରେ ସେ ୫ମ ଟେଷ୍ଟ ଖେଳିପାରିବେ ନାହିଁ । ଗତ ବର୍ଷ ଆଇପିଏଲରେ ରାହୁଲଙ୍କ ଜଙ୍ଘରେ ଆଘାତ ଲାଗିଥିଲା । ଜୁନରେ ସେ ଜର୍ମାନୀରେ ଜଙ୍ଘର ଅପରେଶନ କରାଇଥିଲେ । ତେବେ ୫ମ ଟେଷ୍ଟରେ ପେସ ବୋଲର ଯଶପ୍ରୀତ ବୁମରାହ ଦଳକୁ ଫେରି ପାରନ୍ତି ବୋଲି ଆଶା କରାଯାଉଛି ।
ତାଙ୍କୁ ୪ର୍ଥ ଟେଷ୍ଟ ପାଇଁ ବିଶ୍ରାମ ଦିଆ ଯାଇଥିଲା । ଅନ୍ୟ ଏକ ରିପୋର୍ଟ ଅନୁସାରେ ବିରାଟ କୋହଲିଙ୍କ ୫ମ ଟେଷ୍ଟରେ ପ୍ରତ୍ୟାବର୍ତନ ହୋଇପାରେ । ଅବଶ୍ୟ ଟିମ ମ୍ୟାନେଜମେଂଟ କିମ୍ବା କୋହଲିଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି ।
Comments are closed.