Latest Odisha News

BREAKING NEWS

କାହାର ସତ୍ୟବାଦୀ: ତେଜିଲା ଦୁଇ ବିଜେଡି ନେତାଙ୍କ କଳି

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ରାଜ୍ୟ ରାଜନୀତି ଏନେଇ ବେଶ ସରଗରମ । ଏହାରି ଭିତରେ ପୁରୀ ସତ୍ୟବାଦୀର ରାଜନୀତି ଉଷ୍ମ ହେବାର ଲାଗିଛି  । କାହାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଉମା ସାମନ୍ତରାୟ ନା ସଞ୍ଜୟ ଦାସବର୍ମା ତାକୁ ନେଇ ତେଜିଛି କଳି । ସଂଞ୍ଜୟ ଦାସବର୍ମାଙ୍କ ଭିଡିଓ ଭାଇରାଲ ପରେ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଉମା ସାମନ୍ତରାୟ  । କଡ଼ା ଟିପ୍ପଣୀ ଦେଇ କହିଛନ୍ତି କିଏ କ’ଣ କହିଲା ସେଥିରେ ତାଙ୍କର ଯାଏ ଆସେ ନାହିଁ । ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କରିନାହାଁନ୍ତି । କିଏ ମନକୁ ମନ କେଉଁ କଥା କହିଦେବ ସେ କଥାକୁ ନେଇ ସତ୍ୟବାଦୀ ଲୋକେ ଭ୍ରମିତ ହେବେ ନାହିଁ ।

ଏହା ସହ ନିଜ ସଙ୍ଗଠନ ସମ୍ପର୍କରେ ସୂଚନା ଦେଇ ଉମା କହିଛନ୍ତି ସତ୍ୟବାଦୀ ତାଙ୍କ ଜନ୍ମସ୍ଥାନ । ଏଠାରେ ସେ ସଙ୍ଗଠନ କରିଛନ୍ତି । ୱାର୍ଡ ସ୍ତରରୁ ସଂଗଠନକୁ ସୁଦୃଢ କରିଛନ୍ତି ।ସ୍ୱାଧୀନ ଭାବେ ତିନି ଥର ଜିଲ୍ଲା ପରିଷଦ, ବିଧାୟକ ବି ହୋଇଛି । ୨୦୧୯ରେ ସତ୍ୟବାଦୀରେ ବିଜୁ ଜନତା ଦଳ ପକ୍ଷରୁ ସେ ଖାତା ଖୋଲିଥିବା କହିଛନ୍ତି ।

ବିଜେଡିର ଦୁଇ ତୁଙ୍ଗ ନେତାଙ୍କୁ ନେଇ କଳି ତେଜିବା ପରେ ଶଙ୍ଖ ଭବନରୁ ଡାକରା ଆସିଥିଲା । ଶଙ୍ଖ ଭବନରେ ଉମା ସାମନ୍ତରାୟ- ସଞ୍ଜୟ ଦାସ ବର୍ମା ଏବଂ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପହଂଚିଥିବା ସୂଚନା ରହିଛି ।

ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା ପ୍ରାର୍ଥୀ ହେଉଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା । ସତ୍ୟବାଦୀରୁ ସେ ବିଜେଡି ପ୍ରାର୍ଥୀ କହୁଥିବା ବେଳେ ଉମାଙ୍କୁ ବ୍ରହ୍ମଗିରି ପଠାଯିବା ନେଇ କହିଥିଲେ ।

Leave A Reply

Your email address will not be published.