Latest Odisha News

BREAKING NEWS

ଟିମ ଇଣ୍ଡିଆକୁ ବଡ ଝଟକା: ଆଘାତ ସମସ୍ୟା ଯୋଗୁ ପ୍ରଥମ ଟେଷ୍ଟରୁ ଓହରିଲେ ରାହୁଲ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ଓପନ କେଏଲ ରାହୁଲ ଆଘାତ ସମସ୍ୟା ଯୋଗୁ ପ୍ରଥମ ଟେଷ୍ଟରୁ ଓହରି ଯାଇଛନ୍ତି । ରାହୁଲଙ୍କ ବାମ ଜଙ୍ଘର ମାଂସପେଶୀ ଜନିତ ସମସ୍ୟା ଦେଖା ଦେବାରୁ ସେ ଅନିଚ୍ଛା ସତ୍ୱେ ଏଥିରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ରାହୁଲ କ୍ରମାଗତ ଭାବେ କ୍ରିକେଟ ଖେଳି ଆସୁଥିବାରୁ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ଦଳର ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଏହି ସିରିଜରୁ ଓହରି ଯାଇଛନ୍ତି

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଶୁଭମନ ଗିଲ, ଶ୍ରେୟାଶ ଆୟାର, ସୂର୍ଯ୍ୟକୁମାର ଯାଦବ, ଋଦ୍ଧିମାନ ଶାହ, କେଏସ ଭରତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ।

Leave A Reply

Your email address will not be published.