Latest Odisha News

BREAKING NEWS

ଆହତ କାରଣରୁ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ ଲୋକେଶ ରାହୁଲ

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆଗାମୀ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଦଳରୁ ବାଦ ପଡ଼ିଲେ ଲୋକେଶ ରାହୁଲ । ଆହତ କାରଣରୁ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ଶନିବାର ଦିନ ନେଟ୍ ପ୍ରାକ୍ଟିସ ବେଳେ ଲୋକେଶ ରାହୁଲ ଆହତ ହୋଇଥିଲେ । ତାଙ୍କର ବାମ ହାତ ମଣିବନ୍ଧରେ ଯନ୍ତ୍ରଣା ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ତିନି ସପ୍ତାହ ସମୟ ଲାଗିବ । ଏଥିପାଇଁ ଆଗାମୀ ବର୍ଡର ଗାଭାସ୍କର ଟ୍ରଫିରୁ ଲୋକେଶ ରାହୁଙ୍କୁ ବାଦ ଦିଆଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ରାହୁଲ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଓପେନିଂ ସହ ମଧ୍ୟକ୍ରମରେ ବ୍ୟାଟିଂ ଓ ଓ୍ୱିକେଟ କିପର ଦାୟିତ୍ୱ ତୁଲାଇବା ଦକ୍ଷତା ରଖିଥିବା ଲୋକେଶ ରାହୁଲଙ୍କ ଯଦିଓ ଏଯାଏ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ଲେଇଂ ଇଲେଭେନରେ ସ୍ଥାନ ମିଳି ନାହିଁ । କିନ୍ତୁ ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ଟିମରେ ପରିବର୍ତ୍ତନ ଆଭାସ ମିଳିଥିଲା । ଏଥିର ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିବା ସମ୍ଭାବନା ଥିଲା । ଆସନ୍ତା ୭ତାରିଖରୁ ସିଡନୀରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ।

Leave A Reply

Your email address will not be published.