Latest Odisha News

ବନ୍ଦ ହୋଇଗଲା ଗାଙ୍ଗୁଲିଙ୍କ ‘ହେଲ୍‌ଦି ଅଏଲ୍‌’ ବିଜ୍ଞାପନ!

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ କୁକିଙ୍ଗ୍ ଅଏଲ୍‌ର ସମସ୍ତ ବିଜ୍ଞାପନ। ଏହାର କାରଣ ହେଉଛି ଏଥିରେ ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ତଥା ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଉପସ୍ଥାପନା କରିଥିଲେ। ସୌରଭ ଗାଙ୍ଗଲି ହୃଦଘାତରେ ଶିକାର ହେବା ପରଠୁ ସୋସିଆଲ ମିଡିଆରେ କମ୍ପାନୀର ବିଜ୍ଞାପନକୁ ପରିହାସ କରାଯାଉଥିଲା। ଏହାକୁ ନେଇ କମ୍ବାନୀ ମୁଖ୍ୟ ତଥା ଶିଳ୍ପପତି ଗୌତମ ଆଦାନୀ ତାଙ୍କ କମ୍ପାନୀ ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ କୁକିଙ୍ଗ୍ ଅଏଲ୍‌ର ବିଜ୍ଞାପନକୁ ବନ୍ଦ କରି ଦେଇଛନ୍ତି।

ବ୍ରାଣ୍ଡର କ୍ରିଏଟିଭ୍ ଏଜେନ୍ସି Ogilvy & Mather ଏହି ବିଷୟ ଉପରେ ଦୃଷ୍ଟି ରଖି ଏକ ନୂତନ ଅଭିଯାନରେ କାର୍ଯ୍ୟ କରୁଛି। ଗତ ବର୍ଷ ଜାନୁଆରୀରେ ଗାଙ୍ଗୁଲିଙ୍କୁ ଫର୍ଚ୍ୟୁନ୍ ରାଇସ୍ ବ୍ରାନ୍ ତେଲର ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା। ଲକ୍‌ଡାଉନ୍‌ ଅବଧିରେ ସୃଷ୍ଟି ହୋଇଥିବା ଏକ ବିଜ୍ଞାପନରେ ସେ ହୃଦୟର ଯତ୍ନକୁ ନେଇ ପ୍ରୋତ୍ସାହନ ଦେଉଥିବାର ଦେଖିବାକୁ ମିଳିଥିଲା। ସୂତ୍ରରୁ ପ୍ରକାଶ ଯେ ଗାଙ୍ଗୁଲିଙ୍କ ବିଜ୍ଞାପନ ସବୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

Comments are closed.