Latest Odisha News

BREAKING NEWS

ଜାଣନ୍ତୁ ଦେଶର ୧୦ ପ୍ରମୁଖ ଏନକାଉଣ୍ଟର୍ ସ୍ପେଶାଲିଷ୍ଟଙ୍କୁ; ଜଣଙ୍କ ନାମରେ ରହିଛି ୧୦୪ଟି ଗୁଳିଚାଳନା !

ଭୁବନେଶ୍ୱର: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଏନକାଉଁଟର କରିଛି । ଏଥିନେଇ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ରହିଥିଲେ ମଧ୍ୟ ଅଧିକାଂଶ ଏହା ସପକ୍ଷରେ ରହିଛନ୍ତି । ଭାରତରେ ଅନେକ ଏନେକ ପୋଲିସ ଏନକାଉଣ୍ଟର୍ ସ୍ପେଶାଲିଷ୍ଟ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କିଛି ସ୍ପେଶାଲିଷ୍ଟ ଦେଶରେ ବେଶ୍ ଚର୍ଚ୍ଚିତ । ଏପରିକି ସେମାନଙ୍କର ଏନକାଉଣ୍ଟର୍ ଷ୍ଟୋରୀକୁ ନେଇ ଅନେକ ଫିଲ୍ମ ମଧ୍ୟ ପ୍ରସ୍ତୁତ ହୋଇଛି ।

ଏନକାଉଣ୍ଟର୍ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏସପି ବିଶ୍ୱନାଥ ଚେନ୍ନାପ୍ପା ସଜ୍ଜନର । ଏହା ପୂର୍ବରୁ ୨୦୦୮ରେ ୨ ଜଣ ଝିଅଙ୍କ ଉପରକୁ ଏସିଡ୍ ଆଟାକ୍ କରିଥିବା ୩ ଅପରାଧୀଙ୍କୁ ସେ ଗୁଳି କରିଥିଲେ । ସେ ଜଣେ ଏମବିଏ ଛାତ୍ର । ୧୯୯୬ରେ ୟୁପିଏସସି କ୍ଲିୟର କରିଥିଲେ ଏବଂ ତେଲେଙ୍ଗାନା କ୍ୟାଡରରେ ଜୟନ କରିଥିଲେ ।

ଆଜି ଆମେ ଦେଶର ୧୦ ଏନକାଉଣ୍ଟର୍ ସ୍ପେଶାଲିଷ୍ଟଙ୍କ ବିଷୟରେ ଆଲୋକପାତ କରିବା । ସେମାନେ ହେଲେ ଅମିତାଭ ଯଶ, ରାଜବୀର ସିଂ, ରାଜେଶ କୁମାର ପାଣ୍ଡେ, ଅନନ୍ତ ଦେବ, ଦୀପକ କୁମାର, ସଚିନ ହିନ୍ଦୁରାଓ ବାଜେ, ବିଜୟ ସାଲସ୍କର, ପ୍ରଫୁଲ୍ଲ ଭୋସେଲେ, ଦୟା ନାଏକ ଓ ପ୍ରଦୀପ ଶର୍ମା ।

୧୯୯୦ ଦଶକରେ ମହାରାଷ୍ଟ୍ର ପୋଲିସର ପ୍ରଦୀପ ଶର୍ମାଙ୍କୁ ଅପରାଧୀଙ୍କ ପାଇଁ ଯମ ସାଜିଥିଲେ କହିଲେ ଭୁଲ ହେବ ନାହିଁ । ୧୯୯୦ ଓ ୨୦୦୦ ଆରମ୍ଭରେ ମୁମ୍ବାଇରେ ଗ୍ୟାଙ୍ଗୱାର ଚରମ ସୀମାରେ ରହିଥିଲା । ସେ ସମୟରେ ସେ ୧୦୪ ଏନକାଉଣ୍ଟର୍ କରିଥିଲେ । ୨୦୧୦ରେ ତାଙ୍କୁ ନିଲମ୍ବିତ କରାଯାଇଥିଲା । ସେ ପୁନର୍ବାର ଚାକିରିରେ ଯୋଗ ଦେବା ପରେ ଏନକାଉଣ୍ଟର୍ ପ୍ରଶିକ୍ଷର ଜୁନିୟର ଅଫିସରଙ୍କୁ ଦେଇଥିଲେ । ଇସ୍ତଫା ପରେ ସେ ଶିବସେନା ଦଳରେ ଯୋଗ ଦେଇଥିଲେ । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଦୟା ନାୟକ । ଏନକାଉଁଟର ନାମ ଆସିବା ମାତ୍ରେ ତାଙ୍କ ଚେହେରା ସାମ୍ନାକୁ ଆସି ଯାଇଥାଏ । ନାନା ପାଟେକର ତାଙ୍କ ଜୀବନୀ ଉପରେ ନିର୍ମିତ ଫିଲ୍ମ ଅବତକ ଛପନରେ ଅଭିନୟ କରିଥିଲେ । ନିକଟରେ ମହାରାଷ୍ଟ୍ର ଏଟିଏସ ( ଆଂଟି ଟେରର ସ୍କ୍ୱାଡ)କୁ ଟ୍ରାନ୍ସଫର କରାଯାଇଛି । ୧୯୯୫ରେ ମୁମ୍ବାଇ ପୋଲିସରେ ଯୋଗ ଦେବା ପରେ ସେ ଖୁବ୍ ଶୀଘ୍ର ଏନକାଉଁଟର ସ୍ପେଶାଲିଷ୍ଟ ଆଖ୍ୟା ପାଇ ଯାଇଥିଲେ । ସେ ଏ ପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ୮୦ ଅପରାଧିଙ୍କୁ ଶୁଟ କରିଛନ୍ତି ।

ଛୋଟା ଶକୀଲ ଏନକାଉଣ୍ଟର୍ ମାମଲାରେ ପ୍ରଫୁଲ୍ଲ ଭୋସଲେ ଚର୍ଚ୍ଚାକୁ ଆସିଥିଲେ । ୮୪ଜଣଙ୍କୁ ମାରିଥିବା ଏହି ଦବଙ୍ଗ ପୋଲିସ ନାଁ ଶୁଣିଲେ ଅପରାଧୀଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । ମହାରାଷ୍ଟ୍ର ପୋଲିସ ଇନ୍ସପେକ୍ଟର ବିଜୟ ସାଲସ୍କର ୨୬ ନଭେମ୍ବର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଶହୀଦ ହୋଇ ଯାଇଥିଲେ । କ୍ୟାରିୟରରେ ସେ ୮୩ ଅପରାଧିଙ୍କୁ ଗୁଳି କରିଛନ୍ତି ।

ପ୍ରଦୀପ ଶର୍ମାଙ୍କ ନିକଟରୁ ପ୍ରଶିକ୍ଷଣ ପାଇଥିବା ମହାରାଷ୍ଟ୍ର ପୋଲିସର ସଚିନ ହିନ୍ଦୁରାଓ ବାଜେ ୬୩ ଅପରାଧୀଙ୍କୁ ଏନକାଉଣ୍ଟର୍ କରିଛନ୍ତି । ଚିତ୍ରକୂଟ ରେଂଜର ଆଇପିଏସ ଦୀପକ କୁମାର ଉତରପ୍ରଦେଶରେ ୫୬ ଏନକାଉଣ୍ଟର୍ କରି ଚର୍ଚ୍ଚାକୁ ଆସିଥିଲେ । ବେଗସୁରାଇ ଜିଲାର ଏହି ଅଫିସର ବିଏଚୟୁରେ ପାଠ ପଢ଼ିଥିଲେ । ଉତରପ୍ରଦେଶ ବରେଲୀ ରେଂଜର ଡିଆଇଜି ଆଇପିଏସ ଅଧିକାରୀ ରାଜେଶ କୁମାର ପାଣ୍ଡେ ୫୦ କୁଖ୍ୟାତ ଅପରାଧୀଙ୍କୁ ଗୁଳି କରିଛନ୍ତି । ଗ୍ୟାଙ୍ଗଷ୍ଟର ଶ୍ରୀପ୍ରକାଶ ଶୁକ୍ଲା ଏନକାଉଣ୍ଟର୍ ଟିମକୁ ସେ ପରିଚାଳନା କରିଥିଲେ । ସେ ଇତି ମଧ୍ୟରେ ୪ ଥର ବୀରତ୍ୱ ପୁରସ୍କାର ସରକାରଙ୍କଠାରୁ ପାଇ ସାରିଛନ୍ତି ।

ଦିଲ୍ଲୀ ପୋଲିସର ରାଜବୀର ସିଂ ଜଣେ ପ୍ରତିଭାବାନ୍ ଓ ଦକ୍ଷ ଅଧିକାରୀ ଅଟନ୍ତି । ସେ କ୍ୟାରିୟରର ୧୩ ବର୍ଷ ମଧ୍ୟରେ ଏସପି ର‌୍ୟାଙ୍କିଙ୍ଗକୁ ଉନ୍ନୀତ ହୋଇଥିଲେ । ସେ ୫୦ ଅପରାଧୀଙ୍କୁ ଗୁଳି କରିଛନ୍ତି । ୨୦୦୮ରେ ଗୁରଗାଁର ଜଣେ ପ୍ରପର୍ଟି ଡିଲର ତାଙ୍କୁ ଗୁଳି କରି ହତ୍ୟା କରିଥିଲା । ତାଙ୍କ ପୁଅ ରୋହିତ ଯାଦବ ଏବେ ଆଇପିଏସ ଅଛନ୍ତି । ଉତରପ୍ରଦେଶ ଏସଏପ ଟିମର ମହାନୀରିକ୍ଷକ ଅମିତାଭ ଯଶଙ୍କ ନାମରେ ୩୬ ଏନକାଉଣ୍ଟର୍ ରହିଛି । ସେ ଯେଉଁ ଜିଲାକୁ ଯାଆନ୍ତି ସେଠାକାର ଅପରାଧୀମାନେ ଆତ୍ମସମର୍ପଣ କରନ୍ତି ଅଥବା ସ୍ଥାନ ଛାଡି ପଳାନ୍ତି ।

Leave A Reply

Your email address will not be published.