Latest Odisha News

BREAKING NEWS

ଡିସେମ୍ବର ୧୨ ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୨ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି ।

ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ରବିବାର ଦିନ ସାମାନ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିବା ବେଳେ ଏହାର ପ୍ରଭାବରେ କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ରାତ୍ରୀର ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପ୍ରକାଶ କରିଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ଶନିବାର ଦିନ ତାପମାତ୍ରା (୬.୫) ଡିଗ୍ରୀ ରହିଥିବା ବେଳେ ସୋନପୁର (୮.୬), ଅନୁଗୁଳ (୯.୬) ଓ ଫୁଲବାଣୀ ଜିଲ୍ଲାରେ ତାପମାତ୍ରା ୮ ଡିଗ୍ରୀ ତଳକୁ ରହିଛି ।

ସେହିପରି ରାଜ୍ୟର କେତେକ ସହରର ପାରଦ ୧୫ ଡିଗ୍ରୀ ତଳେ ରହିଛି – କଟକ (୧୪.୪), ବାଲେଶ୍ୱର (୧୪.୯), ବାରିପଦା (୧୫), ଝାରସୁଗୁଡା (୧୩.୨), କେନ୍ଦୁଝର (୧୧.୨), ସମ୍ବଲପୁର (୧୨.୪), ସୁନ୍ଦରଗଡ (୧୧.୫), ହୀରାକୁଦ (୧୪.୧), ତାଳଚେର (୧୫), ଭବାନୀପାଟଣା (୧୧), ବଲାଙ୍ଗିର (୧୩), କୋରାପୁଟ(୧୦.୬) ଏବଂ ଟିଟଲାଗଡ (୧୧) ।

ସେହିପରି ଭୁବନେଶ୍ୱରରେ ରାତ୍ରିର ତାପମାତ୍ରା ୧୨.୮ଂ ସେଲସିୟସ୍ ରହିଥିବା ବେଳେ ଶନିବାର ସକାଳେ ୧୬.୪ଂ ସେଲସିୟସ୍ ରହିଥିଲା ।

Leave A Reply

Your email address will not be published.