Latest Odisha News

BREAKING NEWS

ଜାଣିରଖନ୍ତୁ ଗାଡ଼ିମାଲିକ ! ‘ବାହନ’ ଡାଟାବେସରେ ମୋବାଇଲ୍ ନମ୍ବର ଯୋଡ଼ିବା ଜରୁରୀ…

ଭୁବନେଶ୍ୱର: ଅପ୍ରେଲ ୧ ଠାରୁ ମୋବାଇଲ ନମ୍ବରକୁ ‘ବାହାନ’ ଡାଟାବେସ ସହ ଯୋଡିବା ଅନିର୍ବାଯ୍ୟ କରାଯାଇଛି।

ବାହାନ’ ଡାଟାବେସ ଏକ ପ୍ରକାର ଡିଜିଟାଲ ରେଜିଷ୍ଟର ଯେଉଁଥିରେ ଗାଡିର ସବୁ ପ୍ରକାର ତଥ୍ୟ ଏଥିରେ ରେଜିଷ୍ଟର ହୋଇଥାଏ | ଏହା ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କରାଯାଉଛି |

ଏପର୍ଯ୍ୟନ୍ତ ‘ବାହନ’ ଡାଟାବେସରେ ୨୫ କୋଟିରୁ ଉର୍ଦ୍ଧ୍ବ ଲୋକ ନିଜର ଗାଡି ପଞ୍ଜିକୃତ କରିଛନ୍ତି  |

ସରକାର ଦେଶରେ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି | ଯାହା ଦ୍ୱାରା ସବୁ ଗାଡି ମାଲିକ ନିଜର ମୋବାଇଲ ନମ୍ବର ସରକାରଙ୍କ ‘ବାହନ’ ଡାଟାବେସରେ ଅନିର୍ବାଯ୍ୟ ପଞ୍ଜିକୃତ କରିବାକୁ ପଡିବ |

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଏଥିପାଇଁ ୧ ଅପ୍ରେଲ ୨୦୨୦ ସମୟ ଧାର୍ଯ୍ୟ କରାଯାଇଛି | ଏହି ତାରିଖ ପରେ ସବୁ ଗାଡି ମାଲିକଙ୍କୁ ନିଜର ମୋବାଇଲ ନମ୍ବର ଏହି ‘ବାହାନ’ ଡାଟାବେସରେ ଲିଙ୍କ କରିବାକୁ ପଡିବ |

ଏହି ସମ୍ପର୍କରେ, ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଦ୍ୱାରା ନିକଟରେ ଏକ ଅଧିସୂଚନା ଜାରୀ କରିଛି | ଯେଉଁଥିରେ କେନ୍ଦ୍ରୀୟ ମୋଟର ବାହାନ ନିୟମ, ୧୯୮୯ରେ ସଂଶୋଧନ କରାଯିବା ପାଇଁ ଡ୍ରାଫ୍ଟ ନିୟମ ସହିତ ଏହି ନିୟମ ଉପରେ ୩୦ ଦିନ ଭିତରେ ସାର୍ବଜନୀନ ଟିପ୍ପଣି ମଗାଯାଇଛି |

ବାହାନ’ ଡାଟାବେସ କଣ ?

ବାହାନ’ ଡାଟାବେସ ଏକ ପ୍ରକାର ଡିଜିଟାଲ ରେଜିଷ୍ଟର ଯେଉଁଥିରେ ଗାଡିର ସବୁ ପ୍ରକାର ତଥ୍ୟ ଏଥିରେ ରେଜିଷ୍ଟର ହୋଇଥାଏ | ଏହା ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କରାଯାଉଛି | ଏହା ମନ୍ତ୍ରଣାଳୟ  ଦ୍ୱାରା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ମାଧ୍ୟମରେ କେନ୍ଦ୍ରିକୃତ ରାଷ୍ଟ୍ରୀୟ ରେଜିଷ୍ଟ୍ରି ଦେଖାରଖା କରୁଛି |

ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୨୫ କୋଟିରୁ ଉର୍ଦ୍ଧ୍ବ ଲୋକ ନିଜର ଗାଡି ପଞ୍ଜିକୃତ ରେକର୍ଡ ଉପଲବ୍ଧ ହେଉଛି| କେନ୍ଦ୍ରୀୟ ମୋଟର ବାହାନ ଆଇନ, ୧୯୮୯ ସଂଶୋଧନ ପରେ , ଗାଡି ପଞ୍ଜିକୃତ ପାଇଁ ଆବେଦନ କରିବା ସମୟରେ, ନୂଆ ବା ଡ୍ୟୁପ୍ଲିକେଟ ଜାରୀ କରିବା ପାଇଁ ଏହି ମୋବାଇଲ ନମ୍ବର ଦରକାର ପଡିବ |

ଏପରିକି ଏନଓସି ଅବେଦନ ସମୟରେ, ଗାଡିର ମାଲିକାନା ପରିବର୍ତ୍ତନ ସମୟରେ ହେଉ ଅବା ପଞ୍ଜିକରଣ ପ୍ରମାଣପତ୍ରରେ କିଛି ବି ପରିବର୍ତ୍ତନ ପାଇଁ ଏହି ମୋବାଇଲ ନମ୍ବର ଦରକାର | ଏହି ସବୁ ପରିବର୍ତ୍ତନ ସବୁ ପାଇଁ ଏହି ନିୟମ ଲାଗୁ କରାଯିବ |

Leave A Reply

Your email address will not be published.