ଅହମ୍ମଦାବାଦ: ତୃତୀୟ ଟି-ଟ୍ୱେଣ୍ଟିରେ ଭାରତକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ସିରିଜରେ ୨-୧ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦେଇଥିବା ୧୫୭ ରନ୍ ଟାର୍ଗେଟକୁ ୨ ଓ୍ୱିକେଟ ବିନିମୟରେ ୧୦ଟି ବଲ୍ ବାକି ଥାଇ ହାସଲ କରିଥିଲା ଇଂଲିଶ ବାହିନୀ । ରିଷଭ ପନ୍ଥଙ୍କ ଅପ୍ରତ୍ୟାଶିତ ରନ୍ ଆଉଟ୍ ଓ ଲୋକେଶ ରାହୁଲଙ୍କୁ ପୁଣି ଥରେ ଭରସା କରିବା ଟିମ୍ ଇଣ୍ଡିଆ ପରାଜୟର ପ୍ରମୁଖ କାରଣ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ନଜର ପକାଇବା ପରାଜୟର ୫ଟି କାରଣ ଉପରେ ।
୧. ଟସ୍ ହାରିବା
ତୃତୀୟ ଟି-ଟ୍ୱେଣ୍ଟିରେ ଭାରତ ଟସ୍ ହାରିଥିଲା । ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲା । ତିନିଟିଯାକ ମ୍ୟାଚରେ ଯିଏ ଟସ୍ ଜିତିଛି ସେ ମ୍ୟାଚ୍ ଜିତିଛି । ପ୍ରଥମ ମ୍ୟାଚ୍ ଓ ଗତକାଲିର ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ଏବଂ ମ୍ୟାଚ୍ ବି ନିଜ ନାଁରେ କରିଛି । ଦ୍ୱିତୀୟ ମ୍ୟାଚରେ ବି ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ମ୍ୟାଚ୍ ବି ଜିତିଥିଲା ଟିମ୍ ଇଣ୍ଡିଆ ।
୨. ରାହୁଲଙ୍କ ଫ୍ଲପ୍ ସୋ
ଲୋକେଶ ରାହୁଲ
ଲଗାତାର ତିନିଟିଯାକ ମ୍ୟାଚରେ ଫେଲ୍ ମାରିଛନ୍ତି ଲୋକେଶ ରାହୁଲ । ତୃତୀୟ ମ୍ୟାଚରେ ସୂର୍ୟ୍ୟକୁମାର ଯାଦବଙ୍କୁ ବସାଇ ତାଙ୍କ ସ୍ଥାନରେ ପୁଣି ଥରେ ରାହୁଲଙ୍କୁ ଓପେନିଂ ସୁଯୋଗ ଦେଲେ ବିରାଟ । ପୁଣି ଥରେ ଖାତା ଖୋଲିବା ଆଗରୁ ପାଭିଲନ୍ ଫେରିଲେ ରାହୁଲ । ପୂର୍ବ ମ୍ୟାଚରେ ବି ଶୂନ ରନ୍ କରିଥିଲେ । ତାଙ୍କ ପାଇଁ ଇଶାନ କିଷାନ ତିନି ନମ୍ବରରେ ଖେଳିଲେ । ରୋହିତ ବି ବେଶୀ ସମୟ କ୍ରିଜରେ ରହିପାରିଲେ ନାହିଁ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ବଡ଼ ସ୍କୋର ହେଲାନି ।
୩. ପାଓ୍ୱାର ପ୍ଲେରେ ୩ଟି ଓ୍ୱିକେଟ
ପ୍ରଥମ ମ୍ୟାଚ୍ ଭଳି ଗତକାଲି ବି ପ୍ରାରମ୍ଭିକ ଓ୍ୱିକେଟ ସମାନ ଢ଼ଙ୍ଗରେ ଖସିଥିଲା । ପାଓ୍ୱାର ପ୍ଲେରେ ଲଗାତାର ଓ୍ୱିକେଟ ପରାଜୟର ଆଉ ଏକ କାରଣ । ପ୍ରଥମ ୬ ଓଭରରେ ମାତ୍ର ୨୪ ରନ୍ କରି ହରାଇଥିଲା ଟିମ୍ ଇଣ୍ଡିଆ । ଏହି କାରଣରୁ ହାତଛଡ଼ା ହୋଇଥିଲା ପ୍ରଥମ ମ୍ୟାଚ । ତୃତୀୟ ମ୍ୟାଚରେ ବି ପରାଜୟ । ଇଂଲଣ୍ଡ ବୋଲର ମାର୍କ ବୁଡ୍ ଘାତକ ସାବ୍ୟସ୍ତ ହୋଇଥିଲେ । ୩ଟି ଓ୍ୱିକେଟ ନେଇଥିଲେ ।
୪. ରିଷଭ ପନ୍ଥଙ୍କ ରନ୍ ଆଉଟ୍
ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ପାଳି ସମ୍ଭାଳିଥିଲେ କୋହଲି ଓ ରିଷଫ ପନ୍ଥ । ଭଲ ଖେଳୁଥିଲେ ରିଷଭ । କିନ୍ତୁ କୋହଲିଙ୍କ ଗୋଟିଏ ଭୁଲ୍ କଲ୍ ପାଇଁ ରନ୍ ଆଉଟ୍ ହୋଇଥିଲେ ପନ୍ଥ । ଦୁହେଁ ଚତୁର୍ଥ ଓ୍ୱିକେଟରେ ୬୪ ରନ୍ ପାର୍ଟନରସିପ୍ କରିଥିଲେ । ପନ୍ଥ ରନ୍ ଆଉଟ୍ ହୋଇନଥିଲେ ଇଂଲଣ୍ଡ ଆଗରେ ପାଖାପାଖି ୧୭୦-୧୮୦ ରନ୍ ଟାର୍ଗେଟ ଠିଆ ହୋଇ ଥାଆନ୍ତା ।
୫. ଅଧିକ ରନ୍ ଦେଲେ ସାର୍ଦ୍ଦୁଲ, ଚହଲ
ଭାରତ ୪ ଜଣ ବୋଲରଙ୍କୁ ନେଇ ମୈଦାନକୁ ଓହ୍ଲାଇଥିଲା । ସାର୍ଦ୍ଦୁଲ ଠାକୁର ଓ ଯୁଜବେନ୍ଦର ଚହଲଙ୍କୁ ନିର୍ଧୁମ ପ୍ରହାର କରିଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ । ସାର୍ଦ୍ଦୁଲ କୋଣସି ଓ୍ୱିକେଟ ପାଇ ନଥିବା ବେଳେ ଚହଲ ଗୋଟିଏ ଓ୍ୱିକେଟ ନେଇ ଓଭର ପିଛା ୧୦ରନ୍ ଲେଖାଏ ବ୍ୟୟ କରିଥିଲେ ।
BREAKING NEWS
- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ଵାସଡର
- ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ଘଣ୍ଟାଏ ଧରି ପଥର ମାଡ଼
- ଆଗମୀ ୩ ଘଣ୍ଟା ପାଇଁ କାଳବୈଶୀ ସତର୍କତା, ଏହି ସବୁ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ
- Jagannath Temple: ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
- ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି ତାପମାତ୍ରା, ହିଟ୍ୱେଭ୍ SOP ଜାରି
- ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର
- ଅନଧିକୃତ ଏବଂ ବେଆଇନ୍ ବିଦ୍ୟୁତ ପୁନଃ ସଂଯୋଗ ବିରୋଧରେ ଟିପିଏସ୍ଓଡିଏଲର ଦୃଢ଼ କାର୍ଯ୍ୟାନୁଷ୍ଠାନ
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
Comments are closed.